ଆଉ ଗୋଟିଏ ଟେଷ୍ଟ ଜିତିଲେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଯିବ

ଚେନ୍ନାଇ : ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ବୃହତ ବିଜୟ ସହ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ନିଜ ସ୍ଥିତିକୁ ସୁଦୃଢ କରିପାରିଛି । ଆଉ ଗୋଟିଏ ଟେଷ୍ଟରେ ବିଜୟ ହାସଲ କଲେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବ । ପୂର୍ବରୁ ନ୍ୟୁଜିଲାଣ୍ଡ ଏହି ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିସାରିଛି । ଫାଇନାଲ ମ୍ୟାଚ ଚଳିତ ବର୍ଷ ଜୁନରେ ଐତିହାସିକ ଲର୍ଡସ ଷ୍ଟାଡିୟମରେ ଖେଳାଯିବ ।

ଆଇସିସି ପକ୍ଷରୁ ଜାରି ସୂଚନା ଅନୁସାରେ ଭାରତ ଏବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ତାଲିକାର ୨ୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ଏହି ପରାଜୟ ସହ ଇଂଲଣ୍ଡ୍ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନକୁ ଖସିଯାଇଛି । ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି । ୩ୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି ।

 

ନ୍ୟୁଜିଲାଣ୍ଡ ୫ଟି ସିରିଜ ଖେଳି ୭ ବିଜୟ ସହ  ୭୦ ପ୍ରତିଶତ ପଏଣ୍ଟ ପାଇଛି । ସେହିପରି ଭାରତ ୬ଟି ସିରିଜ ଖେଳି ୧୦ ବିଜୟ ସହ ୬୯.୭ ପ୍ରତିଶତ ପଏଣ୍ଟ ପାଇଛି । ଫଳରେ ଭାରତ ନ୍ୟୁଜିଲାଣ୍ଡଠାରୁ ଅଳ୍ପକେ ପଛୁଆ ରହିଛି । ଇଂଲଣ୍ଡ ସହିତ ଭାରତ ଆଉ ୨ଟି ଟେଷ୍ଟ ଖେଳିବାକୁ ଥିବାରୁ ଅତି କମରେ ଗୋଟିକରେ ବିଜୟ ହାସଲ କଲେ ଭାରତ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନକୁ ଉନ୍ନୀତ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର