ହକି ମାନ୍ୟତାରେ ଭାରତ ପଞ୍ଚମ

ନୂଆଦିଲ୍ଲୀ: ଗତ ମାସରେ ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ଉପବିଜେତା ଭାରତୀୟ ପୁରୁଷ ହକି ଦଳ ବିଶ୍ୱ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛି। ଭାରତ ୧୪୮୪ ପଏଣ୍ଟ୍‌ ପାଇଥିଲା ବେଳେ ଚାମ୍ପିୟନ୍ସ ଟ୍ରଫି ବିଜେତା ଅଷ୍ଟ୍ରେଲିଆ (୧୯୦୬ ପଏଣ୍ଟ୍‌) ମଙ୍ଗଳବାର ପ୍ରକାଶିତ ତାଲିକାର ଶୀର୍ଷରେ ରହିଛି। ଆର୍ଜେଣ୍ଟିନା (୧୮୮୩) ଦ୍ୱିତୀୟ, ବେଲଜିୟମ (୧୭୦୯) ତୃତୀୟ ଓ ନେଦରଲାଣ୍ଡ (୧୬୫୪) ଚତୁର୍ଥରେ ରହିଛିି। ଜର୍ମାନି (୧୪୫୬) ପଞ୍ଚମରୁ ଷଷ୍ଠକୁ ଖସି ଯାଇଛି।

ସମ୍ବନ୍ଧିତ ଖବର