ମୁମ୍ବାଇ: ଅନ୍ତଃମହାଦେଶୀୟ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଗୁରୁବାର ଭାରତକୁ ପ୍ରଥମ ପରାଜୟ ବରଣ କରିବାକୁ ପଡ଼ିଛି। ଚାଇନିଜ୍ ତାଇପେ ଏବଂ କେନିୟା ବିପକ୍ଷରେ ବିଜୟୀ ଭାରତୀୟ ଦଳ ଗୁରୁବାର ନ୍ୟୁଜିଲାଣ୍ଡ୍ ନିକଟରୁ ୧-୨ ଗୋଲ୍ରେ ହାରିଯାଇଥିଲା। ପ୍ରଥମାର୍ଧ ସଂଘର୍ଷ ପୂର୍ଣ୍ଣ ଭାବେ ଗୋଲଶୂନ୍ୟ ରହିବା ପରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ୪୭ତମ ମିନିଟ୍ ଗୋଲ୍ ବଳରେ ଭାରତ ପ୍ରଥମେ ଆଗୁଆ ହୋଇଥିଲା। କିନ୍ତୁ ପରବର୍ତୀ ମିନିଟ୍ରେ ଡି ଜଙ୍ଗ୍ (୪୮ ମିନିଟ୍) ଏହାକୁ ଶୁଝି ଦେବାରୁ ମ୍ୟାଚ୍ ବରାବର ସ୍ତରକୁ ଆସିଯାଇଥିଲା। ଏହା ପରେ ଚମତ୍କାର ଫୁଟ୍ବଲ୍ ଦେଖିବାକୁ ମିଳିଥିଲା। କିନ୍ତୁ ଭାରତୀୟ ଖେଳାଳି ସୃଷ୍ଟି କରିଥିବା ସୁଯୋଗକୁ ଗୋଲ୍ରେ ରୂପାନ୍ତର କରିପାରିନଥିଲେ। ଡି ଜଙ୍ଗ ଏକ ଗହଳିରୁ ପାଇଥିବା ପାସ୍କୁ ଏକା ଏକା ନେଇ ଭାରତୀୟ ଗୋଲ୍ରକ୍ଷକଙ୍କୁ ଅସହାୟ ଭାବେ ପରାସ୍ତ କରିଥିଲେ। ମ୍ୟାଚ୍ ଅମୀମାଂସିତ ଆଡ଼କୁ ଗତି କରୁଥିବା ବେଳେ ୮୬ତମ ମିନିଟ୍ରେ ଡାୟରଙ୍କ ଗୋଲ୍ ନ୍ୟୁଜିଲାଣ୍ଡ୍କୁ ଅପ୍ରତ୍ୟାଶିତ ବିଜୟ ଦେଇଥିଲା। ଏଥ ସହିତ ଭାରତ ଏବଂ ନ୍ୟୁଜିଲାଣ୍ଡ୍ ୬ ଲେଖାଏଁ ପଏଣ୍ଟ ସହିତ ଟେବୁଲ୍ର ଶୀର୍ଷରେ ରହିଛନ୍ତି। ପରାଜୟ ସତ୍ତ୍ୱେ ଉନ୍ନତ ଗୋଲ୍ ବ୍ୟବଧାନ (+୭) ରଖିଥିବାରୁ ଭାରତ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିସାରିଛି। ଶୁକ୍ରବାର ଯଦି ଚାଇନିଜ୍ ତାଇପେ ବିପକ୍ଷରେ କେନିଆ ବଡ଼ ବିଜୟ (ଅନ୍ୟୁନ ୪ ଗୋଲ୍ ବ୍ୟବଧାନ) ହାସଲ କରିନେବ ତେବେ ନ୍ୟୁଜିଲାଣ୍ଡ୍ ଫାଇନାଲ୍ରୁ ବଞ୍ଚିତ ହେବା ଆଶଙ୍କା ରହିଛି।
ପରାଜୟ ସତ୍ତ୍ୱେ ଫାଇନାଲ୍ରେ ଭାରତ
ଅନ୍ତଃମହାଦେଶୀୟ କପ୍ ଫୁଟ୍ବଲ୍
/sambad/media/post_attachments/wp-content/uploads/2018/05/FOOTball-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)