ଭୁବନେଶ୍ବର: ରାଉରକେଲା ଓ ଭୁବନେଶ୍ବରରେ ୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ର ପୁଲ୍ ଡ୍ର’ ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିନେଇ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କିଙ୍କ ସହ ଓଡ଼ିଶା ଗସ୍ତରେ ଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ପୁଲ୍ ଡ୍ର’ ଉଠାଣରେ ଅଂଶଗ୍ରହଣ କରିଥିଲେ।
ତଦନୁୟାୟୀ ବିଶ୍ବମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଆୟୋଜକ ଭାରତ ପୁଲ୍-‘ଡି’ରେ ସ୍ଥାନ ପାଇଛି। ଏହି ପୁଲ୍ରେ ଇଂଲଣ୍ଡ (ବିଶ୍ବ ମାନ୍ୟତା ୬), ସ୍ପେନ୍ (୮) ଏବଂ ୱେଲ୍ସ (୧୬) ସ୍ଥାନ ପାଇଛନ୍ତି। ଭାରତ ହେଉଛି ଏହି ଗ୍ରୁପ୍ର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ। ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ, ୨୦୧୬ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା (୭), ଫ୍ରାନ୍ସ (୧୧) ଏବଂ ଆଫ୍ରିକୀୟ ବିଜେତା ଦକ୍ଷିଣ ଆଫ୍ରିକା (୧୪) ପୁଲ୍-‘ଏ’ରେ ରହିଛନ୍ତି। ଗତଥରର ବିଜେତା ବେଲଜିୟମ (୨), ୨୦୦୨ ଓ ୨୦୦୬ ବିଶ୍ବ ବିଜେତା ଜର୍ମାନୀ (୪) ପୁଲ୍-‘ବି’ର ଶୋଭାବର୍ଦ୍ଧନ କରିବେ। ଏହି ଦୁଇ ୟୁରୋପୀୟ ଶକ୍ତି ପୁଲ୍-‘ବି’ରେ ଏସୀୟ ପାୱାର ହାଉସ୍ କୋରିଆ (୧୨) ଓ ଜାପାନ (୧୭) ସହ ଲଢ଼ିବେ। ପୁଲ୍‘ସି’ରେ ଗତଥର ଫାଇନାଲିଷ୍ଟ ନେଦରଲାଣ୍ଡ୍ସ (୩), ନ୍ୟୁଜିଲାଣ୍ଡ (୯), ମାଲେସିଆ (୧୦) ଏବଂ ପ୍ରଥମ ଥର ଲାଗି ବିଶ୍ବକପ୍ ଖେଳିବାକୁ ଯାଉଥିବା ଚିଲି (୨୩) ଲଢ଼ିବେ। ବିଶ୍ବ ମାନ୍ୟତା ଅନୁସାରେ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍ସ ଓ ଭାରତ ଯଥାକ୍ରମେ ‘ଏ’ରୁ ‘ଡି’ ଗ୍ରୁପର ପ୍ରଥମ ଧାଡ଼ିରେ ରହିଛନ୍ତି।
/sambad/media/post_attachments/wp-content/uploads/2022/09/fdfgdfgdgfg3216546546546.jpg)
ଗୁରୁବାରର ଏହି ଉତ୍ସବରେ ଏଫ୍ଆଇଏଚ୍ କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ପ୍ରଶାସକ ସମିତି (ସିଓଏ) ସଦସ୍ୟ ଏସ୍ୱାଇ କ୍ୟୁରେସି, ଜାଫର ଇକ୍ବାଲ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, ଏଫ୍ଆଇଏଚ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଏରି ହେନରି ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ ବିଶ୍ବର ଶ୍ରେଷ୍ଠ ହକି ଦଳ ଏବଂ ଖେଳାଳିଙ୍କୁ ସ୍ବାଗତ କରି ଆମେ ସଦା ସର୍ବଦା ଗର୍ବ ଅନୁଭବ କରିଆସିଛୁ। ଏଥର ସେହି ଭୋକ ଆହୁରି ବଢ଼ିଛି। ବିଶ୍ବ ହକିର ଅନ୍ୟତମ ପେଣ୍ଠସ୍ଥଳ କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ୍କୁ ଆମେ ସମଗ୍ର ବିଶ୍ବକୁ ନିମନ୍ତ୍ରଣ କରୁଛୁ। ଏହି ନୂଆ ଷ୍ଟାଡିୟମ୍ ହକି ପ୍ରତି ଥିବା ଆମର ପ୍ରତିବଦ୍ଧତାର ଆଉ ଏକ ନିଦର୍ଶନ। ସବୁ ଦଳକୁ ମୋର ଅଭିନନ୍ଦନ ଏବଂ ଶୁଭେଚ୍ଛା। ଏଫ୍ଆଇଏଚ୍ କାର୍ଯକାରୀ ସଭାପତି ସୈଫ ଅହମ୍ମଦ କହିଥିଲେ ଯେ ହକିର ମୁକୁଟ ବୀର୍ସା ମୁଣ୍ଡା ଷ୍ଟାଡିୟମ୍ ସହ ଐତିହାସିକ କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ବର ଶ୍ରେଷ୍ଠ ଦଳଗୁଡ଼ିକୁ ଖେଳୁଥିବାର ଦେଖିବାକୁ ଆମେ ବ୍ୟଗ୍ର। ପୁରୁଷ ହକି ବିଶ୍ବକପ୍ର ପଞ୍ଚଦଶ ସଂସ୍କରଣକୁ ଆୟୋଜନ କରୁଥିବାରୁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଆସନ୍ତା ୪ ମାସ ଭିତରେ ଆପଣ ନିଶ୍ଚିତ ଭାବେ ଏକ ଚମତ୍କାର ହକି ବିଶ୍ବକପ୍ ଦେଖିବାକୁ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/hgfhgfghfgh2365465465465.jpg)