ଭୁବନେଶ୍ୱର: ୟୁଏଇ (ୟୁନାଇଟେଡ୍ ଆରବ ଏମିରେଟ୍ସ)ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଅପରାଜେୟ ସହ ସେମିଫାଇନାଲ୍ରେ ସ୍ଥାନ ପକ୍କା କରି ନେଇଛି। ଶ୍ରୀଲଙ୍କା, ପାକିସ୍ତାନ ଏବଂ ବାଂଲାଦେଶ ପରେ ରବିବାର ଶେଷ ଲିଗ୍ ମ୍ୟାଚ୍ରେ ନେପାଳକୁ ୮ ଓ୍ଵିକେଟ୍ରେ ହରାଇ ଭାରତ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୟୁଏଇର ଅଜ୍ମାନ ଓଭାଲ୍ସ ଷ୍ଟାଡିୟମରେ ଆସନ୍ତା ୧୭ ତାରିଖ ସେମିଫାଇନାଲ୍ରେ ଭାରତର ମୁକାବିଲା ବାଂଲାଦେଶ ସହ ହେବ। ରବିବାର ନେପାଳ ୩୭.୫ ଓଭରରେ ୯ ଓ୍ଵିକେଟ୍ ହରାଇ ୧୫୬ ରନ୍ କରିଥିଲା। ଭାରତ ପକ୍ଷରୁ ପ୍ରକାଶ ଜୟରାମିୟା ୨, ଅଜୟ ରେଡ୍ଡୀ, ରାମବୀର, ପ୍ରେମ କୁମାର, ଜାଫର ଇକ୍ବାଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଭାରତ ମାତ୍ର ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅଜୟ ଗାରିୟା ୫୪ (୨୯ ବଲ୍) ଅର୍ଧଶତକ ହାସଲ କରିଥିଲା ବେଳେ ମହେନ୍ଦ୍ର ୪୦ (୩୦ ବଲ୍) ଏବଂ ରାମବୀର ୩୮ ରନ୍ (୨୩ ବଲ୍) ଅପରାଜିତ ରହି ବିଜୟ ଭେଟି ଦେଇଥିଲେ।
ସେମିରେ ଭାରତ
ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପ୍
/sambad/media/post_attachments/wp-content/uploads/2018/01/Indian-blind-cricklet-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)