କନିଷ୍ଠ ଡେଭିସ୍‌ କପ୍‌ ଫାଇନାଲ୍ସରେ ଭାରତ

ଭୁବନେଶ୍ବର: ଓଡ଼ିଶା ଟେନିସ୍ ପାଇଁ ଖୁସି ଖବର ଆସିଛି। ଓଡ଼ିଶାର ଦେବାଶିଷ ସାହୁଙ୍କୁ ନେଇ ଗଠିତ ଭାରତୀୟ କନିଷ୍ଠ ଡେଭିସ୍‌ କପ୍‌ ଦଳ ଏସିଆ ଓସେନିଆ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ୍ସକୁ ଉଠିଛି। ନୂଆଦିଲ୍ଲୀରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଗ୍ରୁପ୍‌ ‘ଏ’ରେ ପାକିସ୍ତାନ, ଇଣ୍ଡୋନେସିଆ, ଇରାନ୍‌କୁ ପରାସ୍ତ କରି ସିଧାସଳଖ ସେମିଫାଇନାଲ୍‌ ପହଞ୍ଚିଥିଲା। ଶୁକ୍ରବାର ସେମିଫାଇନାଲ୍‌ରେ ଭାରତ ୨-୦ରେ କାଜାକସ୍ତାନକୁ ପରାସ୍ତ କରିଥିଲା। ଏଥି ସହ ଭାରତ ଜୁନ୍‌ ମାସରେ ଚେକ୍‌ ଗଣରାଜ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଯୁବ ଦଳରୁ ଖେଳି ଦେବାଶିଷ ପ୍ରଚୁର ଅଭିଜ୍ଞତା ଅର୍ଜନ କରିଥିବାରୁ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ ସନ୍ତୋଷ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର