ନୂଆଦିଲ୍ଲୀ: ଚଳିତ ୨୦୧୮ ବର୍ଷରେ ପ୍ରକାଶିତ ପ୍ରଥମ ଫିଫା ମାନ୍ୟତା ତାଲିକାରେ ଭାରତ ୩ ସ୍ଥାନ ଲମ୍ପ ଦେଇଛି। ଏହି ଲମ୍ପ୍ ବଳରେ ଭାରତ ଏବେ ୧୦୨ ସ୍ଥାନରେ ପହଞ୍ଚିଛି। ଗତବର୍ଷ ଅପରାଜେୟ ଯୋଗୁଁ ଭାରତ ୧୩ ପଏଣ୍ଟ୍ର ଫାଇଦା ଉଠାଇବାରୁ ଏହାର ମୋଟ ପଏଣ୍ଟ୍ ସଂଖ୍ୟା ୩୩୩ ହୋଇଛି। ୨୦୧୭ରେ ଭାରତ ୯ ମ୍ୟାଚ୍ ଖେଳି ୭ ବିଜୟ ପାଇଥିଲା ବେଳେ ଅବଶିଷ୍ଟ ୨ ମ୍ୟାଚ୍ ଅମୀମାଂସିତ ରଖିଥିଲା। ଭାରତ ତଳକୁ କାତାର ୧୦୩ରେ ରହିଥିଲା ବେଳେ ଭାରତ ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ୧୪ତମ ସ୍ଥାନ ପାଇଛି। ଇରାନ୍ ଏସୀୟ ରାଷ୍ଟ୍ର ଭାବେ ଶୀର୍ଷ ମାନ୍ୟତା ପାଇଛି। ଭାରତ ମଧ୍ୟ ୨୦୧୯ ଏଏଫ୍ସି ଏସୀୟ କପ୍କୁ ଯୋଗ୍ୟତା ହାସଲ କରିନେଇଛି। ଫିଫା ମାନ୍ୟତାର ଶୀର୍ଷ ୧୪ ସ୍ଥାନରେ କୌଣସି ପରିବର୍ତନ ଘଟିନାହିଁ।
ଭାରତ ୩ ସ୍ଥାନ ଉଠିଲା
/sambad/media/post_attachments/wp-content/uploads/2017/10/fifa-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)