ଥମାସ୍ କପ୍‌ ଫାଇନାଲ୍‌ରେ ଆଜି ଭାରତ-ଇଣ୍ଡୋନେସିଆ

ବ୍ୟାଙ୍କକ୍‌: ଭାରତୀୟ ବ୍ୟାଡମିଣ୍ଟନ୍‌ ଏବେ ଏକ ନୂଆ ଶିଖରରେ ପହଞ୍ଚିଛି। ପୁରୁଷ ଦଳ ପ୍ରଥମ ଥର ମର୍ଯ୍ୟଦାଜନକ ଥମାସ୍ କପ୍‌ ଫାଇନାଲ୍‌କୁ ଉଠିଥିବାରୁ ଗୌରବମୟ ମୁହୂର୍ତରେ ପାଦ ଥାପିଛି। ଆତ୍ମବିଶ୍ବାସରେ ଭରପୁର ଥିବା ଭାରତୀୟ ଦଳ ରବିବାର ୧୪ ଥର ବିଜେତା ଇଣ୍ଡୋନେସିଆକୁ ଫାଇନାଲ୍‌ରେ ଭେଟିବ। ଇଣ୍ଡୋନେସିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବାବେଳେ ନକ୍ ଆଉଟ୍ ପର୍ଯ୍ୟାୟରେ ଭାରତୀୟ ଦଳ ମାଲେସିଆ ଓ ‌ଡେନମାର୍କକୁ ପରାସ୍ତ କରି ନିଜକୁ ପ୍ରମାଣିତ କରିଛି। ଭାରତ ଲିଗ୍ ପର୍ଯ୍ୟାୟରେ ମାତ୍ର ଚାଇନିଜ୍ ତାଇପେଠାରୁ ହାରିଥିବା ଭାରତର ଭରସା ଭାରତୀୟ ବ୍ୟାଡମିଣ୍ଟନ୍‌ର ପୋଷ୍ଟର୍ ବୟ କିଦାମ୍ବି ଶ୍ରୀକାନ୍ତ ଓ ଏଚ୍‌ଏସ୍‌ ପ୍ରଣୟଙ୍କ ଉପରେ। ଉଭୟ ୫ ଲେଖାଏଁ ବିଜୟ ସହିତ ଦଳର ବୋଝକୁ ନିଜ ମୁଣ୍ଡ ଉପରକୁ ନେଇଛନ୍ତି।

ଦେଶର ଶ୍ରେଷ୍ଠ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ବିଶ୍ବସ୍ତରୀୟ କରିପାରିଛନ୍ତି। କୃଷ୍ଣପ୍ରସାଦ ଗରାଙ୍ଗ ଓ ବିଷ୍ଣୁବର୍ଦ୍ଧନ ଗୌଡ଼ ପାଞ୍ଜଳ ଭାରତୀୟ ଦଳର ଦୁର୍ବଳ ଦିଗକୁ ଅନ୍ୟତମ ଯୁବ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ-ଧୃବ କପିଳ ଭରଣା କରିଛନ୍ତି। ବିଶ୍ବର ୯ ନମ୍ବର ଲକ୍ଷ୍ୟ ସେନ୍‌ ମଧ୍ୟ ଭାରତର ଫାଇନାଲ୍‌ ପାଇଁ ଅନ୍ୟତମ ପ୍ରମୁଖ ଖେଳାଳି‌ ହେବେ। ଆମ ପାଖରେ ଏକ ସନ୍ତୁଳିତ ଦଳ ରହିଛି, ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି। ସମସ୍ତ ଖେଳାଳି ସଂଘର୍ଷପୂର୍ଣ୍ଣ ସ୍ଥିତିରୁ ମଧ୍ୟ ବିଜୟ ବାହାର କରିପାରୁଛନ୍ତି। ତେଣୁକରି ମୁଁ ଇଣ୍ଡୋନେସିଆ ବିପକ୍ଷ ମୁକାବିଲାର ସୁଯୋଗକୁ ୫୦:୫୦ ସ୍ଥିତିରେ ଦେଖୁଛି ବୋଲି କହିଛନ୍ତି ଭାରତୀୟ ଦଳ ପୂର୍ବତନ ପ୍ରଶିକ୍ଷକ ବିମଳ କୁମାର। ବ୍ୟାଙ୍କକ୍‌ ପରିବେଶ ଇଣ୍ଡୋନେସିଆ ଖେଳାଳିଙ୍କ ପାଇଁ ଅତିରିକ୍ତ ଚାପ ଆଣିଥିବାରୁ ଏହା ଆମ ପାଇଁ ଫାଇଦା ବୋଲି‌ ସେ କହିଥିଲେ। ନକ୍‌ ଆଉଟ୍ ପର୍ଯ୍ୟାୟରେ ଚୀନ ଓ ଜାପାନକୁ ମାତ ଦେଇ ଫାଇନାଲ୍ ଆସିଛି।

ସମ୍ବନ୍ଧିତ ଖବର