ବିଶ୍ୱ କପ୍‌ ଅୟୋଜନରେ ସନ୍ତୁଷ୍ଟ ଫିଫା ମୁଖ୍ୟ କହିଲେ, ଭାରତ ଏଣିକି ଫୁଟବଲ୍‌ର ଦେଶ

ନୂଆଦିଲ୍ଲୀ: ଭାରତରେ ଫିଫା ୧୭ ବର୍ଷରୁ କମ ବିଶ୍ୱ କପ୍‌ର ସଫଳ ଆୟୋଜନ ନେଇ ଖେଳପ୍ରେମୀ ସନ୍ତୁଷ୍ଟ ଲାଭ କରିଛନ୍ତି। ଫିଫା ଅଧ୍ୟକ୍ଷ ଗିୟାନୀ ଇନ୍‌ଫେନ୍‌ଟିନୋ ଗୁରୁବାର କହିଛନ୍ତି, ଭାରତ ଏବେ ଫୁଟବଲର ଦେଶ ହୋଇ ଯାଇଛି। ସେ ଶୁକ୍ରବାର ହେବାକୁ ଥିବା ଫିଫା ପରିଷଦର ବୈଠକ ଓ ଫିଫା ୧୭ ବର୍ଷରୁ କମ ଫାଇନାଲ ମ୍ୟାଚ ପାଇଁ ଭାରତ ଗସ୍ତରେ ଆସି ଏହା କହିଛନ୍ତି।

ରିପୋର୍ଟ ଅନୁସାରେ ୧୭ବର୍ଷରୁ କମ୍‌ ବିଶ୍ୱ କପ୍‌ ସମ୍ପର୍କରେ ୪୭ ବର୍ଷିଅ ଇନ୍‌ଫେନଟିନୋ କହିଛନ୍ତି, ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ, ମୁଁ ଏଠାକୁ ଆସିବାର ଆବଶ୍ୟକତା ଥିଲା। ଭାରତ ଆସିବା ମୋ ପାଇଁ ସମ୍ମାନର ବିଷୟ।

ସର୍ବ ଭାରତୀୟ ଫୁଟବଲ୍‌ ସଂଘ(ଏଆଇଏଫ୍‌ଏଫ୍‌)ର ସାଧାରଣ ସମ୍ପାଦକ କୁଶଳ ଦାସ ଓ ବରିଷ୍ଠ ଉପାଧ୍ୟକ୍ଷ ସୁବ୍ରତ ଦତ୍ତ ଗୁରୁବାର ସକାଳୁ ବିମାନବନ୍ଦରରେ ଇନଫେନ୍‌ଟିନୋଙ୍କୁ ସ୍ୱାଗତ କରିଥିଲେ। ଏଆଇଏଫ୍‌ଏଫ୍‌ର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଓ ଇନ୍‌ଫେନ୍‌ଟିନୋଙ୍କ ମଧ୍ୟରେ ଔପଚାରିକ ବୈଠକ ମଧ୍ୟ ହେବାର କର୍ଯ୍ୟକ୍ରମ ଅଛି।

ଇଂଲଣ୍ଡର ୧୭ ବର୍ଷରୁ କମ୍‌ ଫୁଟବଲ୍‌ ଟିମ୍‌ର ଅଧିନାୟକ ଜୋଏଲ ଲାତିବୁଦିଏରୀଙ୍କ ଦୃଷ୍ଟିରେ ଫିଫା ୧୭ବର୍ଷରୁ କମ ଚମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି। ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବୁଧବାର ବ୍ରାଜିଲକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ଅକ୍ଟୋବର ୨୭ରେ ଇଂଲଣ୍ଡ ଓ ସ୍ପେନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।

ସମ୍ବନ୍ଧିତ ଖବର