ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଗତ ପ୍ରଥମ ଟେଷ୍ଟ୍‌ରେ ଭାରତର ୨୮ ରନ୍‌ ପରାଜୟ ପରେ ରୋହିତ ଶର୍ମାଙ୍କ ଦଳ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ପଏଣ୍ଟ୍‌ ତାଲିକାରେ ପଞ୍ଚମ ସ୍ଥାନକୁ ଖସିଆସିଛି। କେବଳ ଏତିକି ନୁହେଁ ଅନ୍ୟତମ ଏସୀୟ ଦଳ ବାଂଲାଦେଶ ତଳକୁ ଚାଲିଆସିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଅମୀମାଂସିତ ରହିବା ପରେ ଭାରତ କିଛି ସମୟ ପାଇଁ ଶୀର୍ଷ ସ୍ଥାନରେ ରହିଥିଲା। କିନ୍ତୁ ପାକିସ୍ତାନକୁ ଅଷ୍ଟ୍ରେଲିଆ ହରାଇବା ପରେ ଭାରତ ୧ ନମ୍ବର ସ୍ଥାନରୁ ଖସି ଆସିଥିଲା। ଏହି ତାଲିକାରେ ବର୍ତ୍ତମାନ ଅଷ୍ଟ୍ରେଲିଆ ୫୫ ପ୍ରତିଶତ ପଏଣ୍ଟ୍‌ ପାଇ ଶୀର୍ଷରେ ଅପରିବର୍ତ୍ତିତ ରହିଛି। ଭାରତ ବର୍ତ୍ତମାନ ୪୩.୩୩ ପ୍ରତିଶତକ ପଏଣ୍ଟ୍‌ ପାଇ ବାଂଲାଦେଶ ତଳକୁ ରହିଛି। ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସମସ୍ତେ ୫୦ ପ୍ରତିଶତ ପଏଣ୍ଟ୍‌ ପାଇ ଯଥାକ୍ରମେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ‌ରେ ରହିଛନ୍ତି। ଭାରତ ତଳକୁ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ ଓ ଶ୍ରୀଲଙ୍କା ଅଛନ୍ତି।