ଭାରତ ଅପରାଜେୟ; ଶେଷରେ ମାଲେସିଆକୁ ହରାଇଲା

ପଚ୍‌ଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା): ଏଫ୍‌ଆଇଏଚ୍‌ କନିଷ୍ଠ ମହିଳା ହକି ବିଶ୍ବକପ୍‌ର ଗ୍ରୁପ୍‌-ଡି’ରେ ସ୍ଥାନ ପାଇଥିବା ଭାରତ ହ୍ୟାଟ୍ରିକ ବିଜୟ ସହ ଅପରାଜେୟ ରହିଛି। ୱେଲ୍ସକୁ ୫-୧ରେ ଓ ଜର୍ମାନିକୁ ୨-୧ରେ ହରାଇ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଥିବା ଭାରତ ମଙ୍ଗଳବାର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ମାଲେସିଆକୁ ୩-୦ରେ ପରାସ୍ତ କରିଛି। ମ୍ୟାଚ୍‌ର ୧୦ ଓ ୧୧ ମିନିଟ୍‌ରେ ଭାରତ ଦୁଇଟି ଫିଲ୍ଡ ଗୋଲ୍‌ କରି ପ୍ରଥମ କ୍ବାର୍ଟର ନିଜ ପକ୍ଷରେ ରଖିଥିଲା। ଏହି ଦୁଇ ଗୋଲ୍‌ ଯଥାକ୍ରମେ ମମ୍‌ତଜ ଖାନ ଓ ସଂଗୀତା କୁମାରୀ ଦେଇଥିଲେ। ଏହାପରେ ୨୬ତମ ମିନିଟ୍‌ରେ ଲାଲରିନ୍ଦିକିଙ୍କ ଫିଲ୍ଡ ଗୋଲ୍‌ ଜରିଆରେ ଭାରତ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଚତୁର୍ଥ କ୍ବାର୍ଟରର ଶେ‌ଷ ମିନିଟ୍‌ରେ ମମତାଜ (୫୯ ମିନିଟ୍‌) ପୁଣି ଏକ ଫିଲ୍ଡ ଗୋଲ୍‌ ‌ଦେଇ ଯୁଗଳ ସଫଳତା ପାଇବା ସହ ଭାରତକୁ ୪-୦ରେ ବିଜୟ ଭେଟି ଦେଇଥିଲେ। ୮ ତାରିଖ କ୍ବାର୍ଟର ଫାଇନାଲ୍‌ରେ ଭାରତ ଗ୍ରୁପ୍‌-ସି’ର ଦ୍ବିତୀୟ ଦଳ ଦକ୍ଷିଣ କୋରିଆକୁ ଭେଟିବ।

ସମ୍ବନ୍ଧିତ ଖବର