ଏସିଆ କପ୍‌ ହକି: ଭାରତ-କୋରିଆ ମଧ୍ୟରେ ମ୍ୟାଚ ଡ୍ର

ଫାଇନାଲ ରେସରୁ ବାଦ ପଡିଲା ଭାରତ

ଜାକର୍ତ୍ତା: ଚଳିତ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଗତ ଥରର ବିଜେତା ଭାରତ ଆଜି ନିଜ ଶେଷ ସୁପର୍‌-୪ ମୁକାବିଲାରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିଛି | ତେବେ ଏହି ମ୍ୟାଚ ୪-୪ରେ ଡ୍ର ହୋଇଥିବାରୁ ଭାରତର ଫାଇନାଲ ଖେଳିବା ଆଶା ମଉଳିଯାଇଛି | ଫାଇନାଲ ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା | ଏହି ଡ୍ର ପରେ ଭାରତ ବର୍ତ୍ତମାନ ଜାପାନ ବିପକ୍ଷରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳିବ | ଅନ୍ୟପଟେ ଭଲ ଗୋଲ ପାର୍ଥକ୍ୟ ହେତୁ କୋରିଆ ଫାଇନାଲରେ ପ୍ରବେଶ କରିଛି। ଆଉ ଫାଇନାଲରେ କୋରିଆ ଓ ମାଲେସିଆ ମଧ୍ୟରେ ମୁକାବିଲା ହେବ |

ସୂଚନା ଥାଉ କି ପ୍ରଥମ କ୍ୱାଟରରେ ଅଷ୍ଟମ ମିନିଟରେ ଭାରତ ପାଇଁ ନୀଲମ ସଞ୍ଜୀବ ପ୍ରଥମ ଗୋଲ ସ୍କୋର କରିଥିଲେ, ଏହା ପରେ କୋରିଆ ଦୁଇଟି ଗୋଲ ସ୍କୋର କରିଥିଲା ​​ଏବଂ ପରେ ମନିନ୍ଦର ସିଂ ୨୦ ମିନିଟରେ ଗୋଲ ସ୍କୋର କରି ସ୍କୋରକୁ ସମାନ କରିଥିଲେ। ଏହା ପରେ ସେଶେ ଗୌଡା ଅଳ୍ପ ସମୟ ମଧ୍ୟରେ ଭାରତକୁ ଅଗ୍ରଣୀ ଦେଇଥିଲେ କିନ୍ତୁ କୋରିଆର କିମ ୨୭ ମିନିଟରେ ଗୋଲ ସ୍କୋର କରି ପୁନର୍ବାର ସ୍କୋରକୁ ସମାନ କରିଥିଲେ।

ଭାରତକୁ ଅଗ୍ରଣୀ କରାଇବା ପାଇଁ ତୃତୀୟ କ୍ୱାର୍ଟରରେ ମରିସୱାରନ୍ ସାଥିଭେଲ୍ ସ୍କୋର କରିଥିଲେ। ସେହିପରି କୋରିଆର ଜାଙ୍ଗ ମଞ୍ଜେ ପୁଣି ଏକ ଗୋଲ ସ୍କୋର କରି ସ୍କୋରକୁ ସମାନ କରିଥିଲେ। ଚତୁର୍ଥ କ୍ୱାର୍ଟରରେ କୌଣସି ଗୋଲ୍ ସ୍କୋର କରାଯାଇ ନଥିଲା। ଏହିଭଳି ମ୍ୟାଚ ଡ୍ର ହୋଇଯାଇଥିଲା |

ସମ୍ବନ୍ଧିତ ଖବର