ଦୃଷ୍ଟିହୀନ କ୍ରିକେଟ୍‌, ଆଗୁଆ ଶୃଙ୍ଖଳା କବ୍‌ଜା କଲା ଭାରତ

ପଙ୍କଜଙ୍କ ବିସ୍ଫୋରକ ଅର୍ଧଶତକ

ଭୁବନେଶ୍ବର: ବେଙ୍ଗାଲୁରୁରେ ଆ‌ୟୋଜିତ ଇଂଲଣ୍ଡ୍‌ ବିପକ୍ଷ ତିନିଟିକିଆ ଟ୍ବେଣ୍ଟି-୨୦ ଦୃଷ୍ଟିହୀନ ଦ୍ବିପାକ୍ଷିକ ଶୃଙ୍ଖଳାକୁ ଭାରତ ଗୋଟିଏ ମ୍ୟାଚ୍‌ ପୂର୍ବରୁ କବ୍‌ଜା କରିନେଇଛି। ମଙ୍ଗଳବାର ପ୍ରଥମ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିଥିବା ଭାରତ ବୁଧବାର ମ୍ୟାଚ୍‌କୁ ୫୫ ରନ୍‌ରେ ଜିତି ଶୃଙ୍ଖଳ‌ାରେ ୨-୦ରେ ଆଗୁଆ ହୋଇଯାଇଛି। ଟସ୍‌ ଜିତି ବୋଲିଂ କରିଥିବା ଇଂଲଣ୍ଡ୍‌ ପ୍ରଥମ ୮ ଓଭର ମଧ୍ୟରେ ୪ ୱିକେଟ୍‌ ଝଡ଼ାଇ ଭାରତକୁ ଚାପରେ ରଖିଥିଲା। ହେଲେ ଅଧିନାୟକ ଅଜୟ ରେଡ୍ଡୀ (୯୦* ରନ୍‌, ୪୪ ବଲ୍‌) ଏବଂ ଓଡ଼ିଆ ପୁଅ ପଙ୍କଜ ଭୂଏ (୫୧* ରନ୍‌, ୨୫ ବଲ୍‌)ଙ୍କ ପଞ୍ଚମ ୱିକେଟ୍‌ରେ ଅପରାଜିତ ଶତକୀୟ ଭାଗୀଦାରିରେ ଦଳ ୫ ୱିକେଟ୍‌ ବିନିମୟରେ ୨୧୭ ରନ୍‌ କରିଥିଲା। ଜବାବରେ ଅତିଥି ଦଳ ଲଗାତାର ଭାବେ ୱିକେଟ୍‌ ହରାଇ ୯/୧୬୨‌ କରିପାରିଥିଲା। ଇଦ୍‌ ହସେଲ୍‌ ୪୫ ରନ୍‌ କରିଥିଲେ। ଭାରତ ପକ୍ଷରୁ ଦୁର୍ଗା ରାଓ ୩ ଓଭର୍‌ରେ ୯ ରନ୍‌ ‌େଦଇ ୩ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର