ହ୍ୟାଟ୍ରିକ୍‌ ପରାଜୟ ସହ ଫିବା ଏସିଆ କପ୍‌ରୁ ଭାରତ ବିଦା

ଜାକର୍ତା : ହ୍ୟାଟ୍ରିକ୍‌ ପରାଜୟ ସହ ଭାରତୀୟ ପୁରୁଷ ବାସ୍କେଟ୍‌ବଲ ଦଳ ଚଳିତ ଫିବା ଏସିଆ କପ୍‌ରୁ ବିଦାୟ ନେଇଛି। ପୂର୍ବରୁ ନ୍ୟୁଜିଲାଣ୍ଡଠୁ ୪୭-୧୦୦ ଏବଂ ଫିଲିପାଇନ୍‌ସଠୁ ୫୯-୧୦୧ରେ ହାରିଯାଇଥିବ‌ା ଭାରତ ରବିବାର ତୃତୀୟ ତଥା ଗ୍ରୁପ୍‌-ଡି’ର ଅନ୍ତିମ ମୁକାବିଲାରେ ଲେବାନନ ନିକଟରୁ ୬୩-୧୦୪ରେ ପରାସ୍ତ ହୋଇଛି। ଫଳରେ ଏହି ୪ ଦଳୀୟ ଗ୍ରୁପ୍‌ରେ ବିଜୟଶୂନ୍ୟ ରହି ଭାରତ ଅଭିଯାନ ଶେଷ କରିଛି। ଫିବା ଏସିଆ କପ୍‌ରେ ଚତୁର୍ଥ ସ୍ଥାନ (୧୯୭୫ ସଂସ୍କରଣ) ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଆସିଛି।

ସମ୍ବନ୍ଧିତ ଖବର