ରାଉରକେଲା: ଚଳିତ ପ୍ରୋ-ଲିଗ୍ରେ ଭାରତ ଏଯାଏ ପଏଣ୍ଟ ଖାତା ଖୋଲିପାରିନି। ଘରୋଇ ପଡ଼ିଆରେ ହ୍ୟାଟ୍ରିକ୍ ପରାଜୟ ଭୋଗିଛି। ଶନିବାର ଭାରତ ୨-୪ ଗୋଲ୍ରେ ବେଲଜିୟମଠାରୁ ପରାଜୟ ବରଣ କରିଛି। ଆଜିର ମ୍ୟାଚ୍ରେ ମଧ୍ୟ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
ମ୍ୟାଚ୍ର ପ୍ରଥମ ମିନିଟ୍ରୁ ବେଲ୍ଜିୟମ ଆକ୍ରମଣକୁ ଶାଣିତ କରିଥିଲା। ଯଦ୍ବାରା ଲଗାତାର ତିନିଟି ସଫଳତା ମିଳିଥିଲା। ହ୍ୟୁଗୋ ଲବୁଚିର୍ ୧୧ ମିନିଟ୍ରେ ପ୍ରଥମ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଅଗ୍ରଣୀ କରିଥିଲେ। ଏହାପରେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୧୪ ମିନିଟ୍) ଓ ଆର୍ଥର ଡି’ ସ୍ଲୋଭର୍ (୧୫ ମିନିଟ୍) ଗୋଟିଏ ଲେଖାଏ ଗୋଲ୍ (୧୫ ମିନିଟ୍) ଦେଇ ସ୍କୋର୍କୁ ୩-୦ ଗୋଲ୍ରେ ପହଞ୍ଚାଇଥିଲେ। ଏହାପରେ ହେଣ୍ଡ୍ରିକ୍ସ ଆଉ ଏକ ଗୋଲ୍ (୧୭ ମିନିଟ୍) ଦେଇ ବ୍ୟବଧାନକୁ ୪-୦ ଗୋଲ୍ରେ ପହଞ୍ଚାଇଥିଲେ।
ଆହୁରି ପଢ଼ନ୍ତୁ: Attack: ମଧ୍ୟରାତ୍ରିରେ ଢ଼ାବା ମାଲିକ, କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ
ତେବେ ଭାରତ ମାତ୍ର ୨ଟି ଗୋଲ୍ ପରିଶୋଧ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅର୍ଜୁନ ଆଦିତ୍ୟ ଲାଲାଗେ (୨୪ ମିନିଟ୍) ଓ ହର୍ମନ୍ପ୍ରୀତ ସିଂହ (୩୭) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ତାରକା ଅମନଦୀପ ଲାକ୍ରା ଆଜି ବରିଷ୍ଠ ବର୍ଗରେ ପଦାର୍ପଣ କରିଛନ୍ତି। ରବିବାର ଭାରତ ତା’ର ଅନ୍ତିମ ମ୍ୟାଚ୍ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/14/whatsapp-image-2026-02-14-22-37-55.jpeg)