ଭାରତ-ପାକିସ୍ତାନ ମହାମୁକାବିଲା : ଆରମ୍ଭରୁ ଭାରତକୁ ଝଟକା

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ସୁପର-୧୨ ମ୍ୟାଚରେ ଭାରତ ୧୬୦ ରନର ପିଛା କରୁଛି ।  କିନ୍ତୁ ଭାରତୀୟ  ଦଳ ଆରମ୍ଭରୁ ୪ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।

୧୬୦ ରନ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେ.ଏଲ.ରାହୁଲ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ ବି କ୍ରିଜରେ ବେଶୀସମୟ ତିଷ୍ଠି ପାରିନଥିଲେ । ଉଭୟ ଓପନର ମାତ୍ର ୪ ରନ କରି ଆଉଟ ହୋଇଥିଲେ । ରୋହିତଙ୍କ ଆଉଟ ପରେ ଆସିଥିବା ସୂର୍ଯ୍ୟକୁମାର ୨ଟି ଚୌକା ମାରି କିଛ ସମୟ ଆଶାର ସଂଚାର କରିଥିଲେ ବି ସେ ମାତ୍ର ୧୫ ରନ କରି ହାରିଫ ରୌଫଙ୍କ ବଲରେ ପାଭିଲିୟନ ଫେରିଥିଲେ । ସୂର୍ଯ୍ୟକୁମାର ଆଉଟ ହେବାପରେ ଅକ୍ଷର ପଟେଲଙ୍କୁ ପଠାଯାଇଥିଲା । ମାତ୍ର ସେ ମାତ୍ର ୨ ରନ କରି ରନ ଆଉଟ ହୋଇଥିଲେ । ତେବେ ଭାରତ ପାଇଁ ଆଶାର ବିଷୟ ହେଉଛି ଯେ ବିରାଟ କୋହଲି ଏପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ରହିଛନ୍ତି । ତାଙ୍କ ସହ କ୍ରିଜରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପାକିସ୍ତାନର ହାରିସ ରୌଫ ୨ଟି ଓ୍ବିକେଟ ନେଇଛନ୍ତି ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୯ ରନ କରିଥିଲା । ସାନ ମାସୁଦ ଅପରାଜିତ ୫୨ରନ କରିଥିବାବେଳେ ଇଫତିଖାର ୫୧ରନ କରିଥିଲେ । ଶେଷ ବେଳକୁ ସାହିନ ଆଫ୍ରିଦି ଗୋଟିଏ ଛକା ସହ ୧୬ ରନ କରିଥିଲେ ।

ସମ୍ବନ୍ଧିତ ଖବର