୨ୟ ଦିନିକିଆ : ଭାରତର ବ୍ୟାଟିଂ ବିପର୍ଯ୍ୟୟ

କଲମ୍ବୋ : ୨ୟ ଦିନିକିଆରେ ୨୭୬ ରନର ପିଛା କରୁଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଅଛି । ଦଳ ୩୦ ତମ ଓଭରରେ ୬ ଓ୍ବିକେଟ ହରାଇ ମାତ୍ର ୧୭୫ ରନ କରିଛି । ସୂର୍ଯ୍ୟକୁମାର ଯାଦବ ୫୩ ରନ, ମନିଷ ପାଣ୍ଡେ ୩୭ ରନ ଓ ଅଧିନାୟକ ଶିଖର ଧଓ୍ବନ ମାତ୍ର ୨୯ ରନ କରି ଆଉଟ ହୋଇଛନ୍ତି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୭୫ ରନ କରିପାରିଥିଲା । ଶ୍ରୀଲଙ୍କା ପକ୍ଷରୁ ଓପନର ଆଭିଷ୍କା ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁଷ୍କା ପ୍ରଥମ ଓ୍ବିକେଟ ଯୋଡ଼ିରେ ୭୭ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଫର୍ଣ୍ଣାଣ୍ଡୋ ୫୦ ଓ ଭାନୁଷ୍କା ୩୬ରନ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳୀୟ ସ୍କୋର ଆଗେଇ ପାରିନଥିଲା । କିନ୍ତୁ ଚରିତ୍ ଅସଲଙ୍କା ଓ ଚାମିକା କରୁଣାରତ୍ନେ ଦୃଢ ବ୍ୟାଟିଂ କରି ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ଯୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଗତ ୧୮ ତାରିଖରେ ଖେଳାଯାଇଥିବା ଭାରତ -ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ଭାରତ ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ବିଜୟୀ ଭାରତ ସିରିଜକୁ କବଜା କରିବ । କିନ୍ତୁ ଶ୍ରୀଲଙ୍କା ଜିତିଲେ ୩ୟ ମ୍ୟାଚର ଗୁରୁତ୍ବ ବଢିଯିବ ।

ସମ୍ବନ୍ଧିତ ଖବର