ବିଶ୍ବକପ୍ : ଟସ ହାରି ପ୍ରଥମେ ବ୍ୟାଟିଂ କରିବ ଭାରତ

ସ୍କଟଲାଣ୍ଡକୁ ୧୬ରନରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ଆବୁଧାବି : ଆବୁଧାବିଠାରେ ଆଜି ଟି-୨୦ ବିଶ୍ବକପର ଏକ ମ୍ୟାଚ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ପୂର୍ବରୁ ଦୁଇଟି ମ୍ୟାଚ ହାରିଥିବା ଭାରତ ପାଇଁ ଏହି ମ୍ୟାଚ ଏକ ସମ୍ମାନର ପ୍ରଶ୍ନ ହୋଇଯାଇଛି । ଦୁଇଟି ମ୍ୟାଚ ହାରି ଭାରତ ପାଇଁ ସେମିଫାଇନାଲ ରାସ୍ତା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । କିନ୍ତୁ ଆଜିର ମ୍ୟାଚ ଜିତି ଭାରତ ନିଜର ଫର୍ମ ଫେରିପାଇବାକୁ ଉଦ୍ୟମ କରିବ ।  ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଦଳକୁ ସୂର୍ଯ୍ୟକୁମାର ଯାଦବ ଫେରିଥିବାବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଆର. ଅଶ୍ବିନୀ ଖେଳୁଛନ୍ତି ।

ସ୍କଟଲାଣ୍ଡକୁ ୧୬ରନରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡକୁ ୧୬ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୭୩ ରନର ଲକ୍ଷ୍ୟ ରଖିଥିବାବେଳେ ସ୍କଟଲାଣ୍ଡ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୬ରନ କରିପାରିଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚର ୨ଟି ମ୍ୟାଚ ଜିତି ୪ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ସ୍କଟଲାଣ୍ଡ ୩ଟି ମ୍ୟାଚ ଖେଳି ପରାଜିତ ହୋଇଛି ।

ସମ୍ବନ୍ଧିତ ଖବର