ଏଏଫ୍‌ସି ୧୯ ବର୍ଷରୁ କମ୍‌ ଯୋଗ୍ୟତାପର୍ଯ୍ୟାୟ: ହାରିଲା ଭାରତ 

ଦମାମ୍‌: ଭାରତୀୟ ୧୯ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳ ଏଏଫ୍‌ସି ୧୯ ବର୍ଷରୁ କମ୍‌ ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତାରେ ଆରମ୍ଭରୁ ଝଟ୍‌କା ପାଇଛି। ଶନିବାର ଗ୍ରୁପ୍‌-ଡିର ପ୍ରଥମ ମ୍ୟାଚ୍‌ରେ ଭାରତ ୦-୫ ଗୋଲ୍‌ରେ ଘରୋଇ ସାଉଦି ଆରବ ନିକଟରୁ ହାରିଯାଇଛି। ଭାରତର ଆତ୍ମଘାତୀ ଗୋଲ୍‌ ଯୋଗୁଁ ସାଉଦି ଆରବ ଅଗ୍ରଣୀ ପାଇଥିଲା। ୧୫ ମିନିଟ୍‌ରେ ଭାରତ ଗୋଲ୍‌ କରି ଆଗେଇଯିବାର ସୁବର୍ଣ୍ଣ ସୁଯୋଗ ପାଇଥିଲା। ହେଲେ ଅନ୍‌ଓ୍ଵର୍‌ ଅଲ୍ଲୀଙ୍କ ପାସ୍‌କୁ ଅବ୍‌ଦୁଲ୍ଲା ଆଲାମାଡନ୍‌ ଠିକ୍‌ ଭାବେ ନିୟଂତ୍ରଣକୁ ନେଇ ପାରିନଥିଲେ। ଏପରିକି ବଲ୍‌ ନେଟ୍‌ ଭିତରକୁ ଚାଲିଯାଇଥିଲା। ଦ୍ୱିତୀୟାର୍ଧରେ ଭାରତକୁ ଚାପରେ ରଖି ସାଉଦି ୪ ଗୋଲ୍‌ ଲଦି ଦେଇଥିଲା। ୫୦ ମିନିଟ୍‌ରେ ଫେରାସ୍‌ ଆଲ୍‌ବ୍ରିକାନ୍‌, ୭୫ ମିନିଟ୍‌ରେ ଅଲ୍‌ ସାହରାନି ଏବଂ ୮୧ ଓ ୮୬ ମିନିଟ୍‌ରେ ଅଲ୍‌ ବ୍ରିକାନ୍‌ ଦୁଇଟି ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର