ହାମିଲଟନ୍ : ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୩-୦ରେ ଆଗୁଆ ଥିବା ଭାରତୀୟ କ୍ରିକେଟ୍ ଦଳ ଆଜି ଅନୁଷ୍ଠିତ ୪ର୍ଥ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଛି। ଟସ୍ ଜିଣିବା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପକ୍ଷରୁ ରେହିତ ଶର୍ମା ଓ ଶିଖର ଧାଓ୍ଵନ ବ୍ୟାଟିଂ ଓପନ କରିଥିଲେ। ତେବେ ଖେଳର ୬ଷ୍ଠ ଓଭରରେ ଭାରତର ସ୍କୋର ୨୧ ହୋଇଥିବା ବେଳେ ଶିଖର ଧାଓ୍ଵନ ବୋଲ୍ଟଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି। ଧାଓ୍ଵନଙ୍କ ଆଉଟ୍ ପରେ ରୋହିତ ଶର୍ମାଙ୍କ ସାଥ ଦେବା ପାଇଁ କ୍ରିଜ୍ରେ ପହଞ୍ଚିଥିଲେ ଜୀବନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳୁଥିବା ପଞ୍ଜାବର ୧୯ ବର୍ଷୀୟ ଯୁବ ତାରକା ଶୁବମନ ଗିଲ୍।ତେବେ ଗିଲ ଓ ରୋହିତଙ୍କ ମଧ୍ୟରେ ବଡ଼ ପାର୍ଟନରସିପ୍ ଆରମ୍ଭ ପୂର୍ବରୁ ପୁଣି ଥରେ ବୋଲ୍ହଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇ ରୋହିତ ଶର୍ମା ପାଭିଲିୟନ ଫେରିଛନ୍ତି। ଭାରତ ୧୦ ଓଭର ସୁଦ୍ଧା ୨ ଓ୍ଵିକେଟ ବିନିମୟରେ ୩୨ରନ୍ସଂଗ୍ରହ କରିଥିବା ବେଳେ ବର୍ତ୍ତମାନ ଭାରତୀୟ ପାଳିର ଭାର ନବାଗତ ଗିଲ ଓ ଅମ୍ବାତି ରାଇଡୁୁଙ୍କ କାନ୍ଧରେ ରହିଛି।
ଭାରତ ଏହି ମ୍ୟାଚ୍ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇଛି। ଆଜି ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ବିଶ୍ୱକପ୍ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ କୋହଲି ଆଜି ଓ େଓ୍ଵଲିଂଟନରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍ ଏବଂ ତିନି ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଖେଳିବେ ନାହିଁ।
ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଶୁବମନ ଗିଲ୍, କେଦାର ଯାଦବ, ଦିନେଶ କାର୍ତ୍ତିକ, , ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, କେ ଖଲିଲ ଅହମ୍ମଦଓ ୟୁଜବେନ୍ଦ୍ର ଚହଲ।
ନ୍ୟୁଜିଲାଣ୍ଡ ଦଳ: କେନ୍ ଓ୍ଵିିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟଟଲ, କଲିନ ଡି ଗ୍ରାଣ୍ଡହୋମ, ରସ୍ ଟେଲର, ଟମ୍ ଲାଥମ, ଜେମ୍ସ ନିସାମ, ମିଚେଲ ସାଣ୍ଟନର, ଟଡ୍ ଆସଲେ, ଲୋକି ଫର୍ଗୁସନ୍, ମାଟ୍ ହେନରୀ, ଟ୍ରେଣ୍ଟ ବୋଲ୍ଟ।