ଟେନିସ୍‌ ପ୍ରତିଯୋଗିତା ଆୟୋଜନ ହରାଇଲା ଭାରତ

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଜଟିଳ କୁଟନୈତିକ ସଂପର୍କ ପରିପ୍ରେକ୍ଷୀରେ ଭାରତ ଦୁଇଟି ଟେନିସ୍‌ ପ୍ରତିଯୋଗିତାର ଆୟୋଜନ ଅଧିକାର ହରାଇଛି। ଦିଲ୍ଲୀରେ ଏପ୍ରିଲ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ କନିଷ୍ଠ ଡେଭିସ୍‌ କପ୍‌ ସାଙ୍ଗକୁ ଏପ୍ରିଲ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଫେଡେରେସନ୍‌ କପ୍‌ ଆୟୋଜିତ ହେବାର ଥିଲା। ହେଲେ ପାକିସ୍ତାନ ସହ ସଂପର୍କ କେବେ ସୁଧରିବ ତାହାର ନିଶ୍ଚିତତା ନଥିବାରୁ ଆନ୍ତର୍ଜାତିକ ଟେନିସ୍‌ ସଂଘ ଏହି ଦୁଇଟି ପ୍ରତିଯୋଗିତାକୁ ଭାରତ ହାତରୁ କାଢିନେଇଛି। ଏନେଇ ଆନ୍ତର୍ଜାତିକ ସଂଘ ମଧ୍ୟ ସର୍ବଭାରତୀୟ ଟେନିସ୍‌ ସଂଘ ସହ ଆଲୋଚନା କରିବା ପରେ ଏଠାରେ ପ୍ରତିଯୋଗିତା ନକରିବାକୁ ନିଷ୍ପତ୍ତି ନେଇଛି। ଫଳରେଏହି ଦୁଇଟି ପ୍ରତିଯୋଗିତା ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌କୁ ସ୍ଥାନାନ୍ତର ହୋଇଯାଇଛି।

ସମ୍ବନ୍ଧିତ ଖବର