ଦିଲ୍ଲୀ ଟେଷ୍ଟ: ଭାରତର ପ୍ରଥମ ଓ୍ଵିକେଟ ପତନ, ପେରେରାଙ୍କ ୧୦୦ତମ ଟେଷ୍ଟ୍‌ ଶିକାର ହେଲେ ଧାଓ୍ଵନ,

ଦିଲ୍ଲୀ: ଦିଲ୍ଲୀର ଫିରୋଜ ସାହା କୋଟାଲା ଗ୍ରାଉଣ୍ଡରେ ଚାଲିଥିବା ଭାରତ -ଶ୍ରୀଲଙ୍କା ତିନିଟିକିଆ ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ପ୍ରଥମ ଝଟକା ଲାଗିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ ୨୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଦିଲରୁଓ୍ଵାନ ପେରେରାଙ୍କ ବଲରେ ଧାଓ୍ଵନ ସୁରଙ୍ଗା ଲକମଲଙ୍କୁ କ୍ୟାଚ୍‌୍‌ ଦେଇ ପାଭିଲୟନ ଫେରିଛନ୍ତି। ଧାଓ୍ଵନଙ୍କ ଓ୍ଵିକେଟ୍‌ ସହିତ ଦିଲରୁଓ୍ଵାନ ପେରେରା ଟେଷ୍ଟ କ୍ରିକେଟରେ ତାଙ୍କର ୧୦୦ତମ ଓ୍ଵିକେଟ ହାସଲ କରିଛନ୍ତି।
ସିରିଜରେ ୧-୦ ରେ ଅଗ୍ରଣୀ ଥିବା ଭାରତୀୟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ ଦଳକୁ ଫେରିବା ସହିତ ମୁରଲୀ ବିଜୟଙ୍କ ସହିତ ଭାରତୀୟ ପାଳି ଆରମ୍ଭ କରଥିଲେ। ଉଭୟ ଧର୍ଯ୍ୟର ସହିତ ଖେଳି ଭାରତର ସ୍କୋର ୪୨ରନ୍‌ରେ ପହଞ୍ଚାଇଥିବା ବେଳେ ଧାଓ୍ଵନ ଆଉଟ ହୋଇ ଥିଲେ। ବିଜୟ ମୁରଲୀଙ୍କ ସହିତ ଚେତେଶ୍ୱର ପୂଜାର ଭାରତୀୟ ପାଳି ସମ୍ଭାଳିଛନ୍ତି। ଭାରତୀ୧୩ ଓଭରରେ ୧ ଓ୍ଵିକେଟ୍‌ ହରାଇ ୫୨ ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର