ମହିଳା ଟି-୨୦ରେ ନ୍ୟୁଜିଲାଣ୍ଡ୍‌ଠୁ ହାରିଲା ଭାରତ

କୁଇନ୍ସଟାଉନ୍‌: ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଖେଳାଯାଇଥିବା ଏକମାତ୍ର ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ହର୍ମନପ୍ରୀତ୍‌ କୌରଙ୍କ ଭ୍ରମଣକାରୀ ଦଳ ୧୮ ରନ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌ ନିକଟରୁ ପରାସ୍ତ ହୋଇଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ୫ ୱିକେଟ୍‌ ବିନିମୟରେ ୧୫୫ ରନ୍‌ କରିଥିଲା। ଜବାବରେ ଭାରତ ୧୩୮/୮ରେ ସୀମିତ ରହିଯାଇଥିଲା। ପ୍ରଥମ ୱିକେଟ୍‌ରେ ୬.୩ ଓଭରରୁ ୪୧ ରନ୍‌ ହିଁ ଭାରତ ପାଇଁ ସର୍ବୋଚ୍ଚ ଭାଗିଦାରୀ ଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ତାହୁହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥଲେ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ୨୦ ଓଭରରେ ୧୫୫/୫ (ସୁଜି ବେଟ୍‌ସ-୩୬, ଦେବିନେ-୩୧, ତାହୁହୁ-୨୭, ମାଡି ଗ୍ରିନ୍‌-୨୬, ଆମେଲିଆ କେର୍‌-୧୭, ପୂଜା ଭସ୍ତ୍ରକାର-୨/୧୬, ଦୀପ୍ତି ଶର୍ମା- ୨/୨୬, ରାଜେଶ୍ବରୀ ଗାଏକ୍ବାଡ-୧/୩୯)। ଭାରତ ୨୦ ଓଭରରେ ୧୩୮/୮ (ସାଭିନେନି ମେଘନା-୩୭, ୟାସ୍ତିକା ଭାଟିଆ-୨୬, ଶେଫାଳି ବର୍ମା-୧୩, ହର୍ମନପ୍ରୀତ୍‌ କୌର-୧୨, ରିଚା ଘୋଷ-୧୨, ସିମ୍ରନ୍‌ ବାହାଦୁର-୧୦, ପୂଜା ଭସ୍ତ୍ରକାର-୧୦, ଜେସ୍‌ କେର୍‌-୨/୨୦, ଆମେଲିଆ କେର୍‌-୨/୨୫, ହାଲେ ଜେନ୍‌ସନ୍‌-୨/୨୫)।

ସମ୍ବନ୍ଧିତ ଖବର