ଶ୍ରୀଲଙ୍କାକୁ ହରାଇଲା ଭାରତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତାରେ ଆୟୋଜକ ଭାରତ ଶୁକ୍ରବାର ପ୍ରଥମ ବିଜୟ ପାଇଛି। ବୁଧବାର ବାଂଲାଦେଶଠୁ ହାରିଥିବା ଭାରତ ଶୁକ୍ରବାର ନିଜ ଖେଳରେ ଉନ୍ନତି ଆଣି ଶ୍ରୀଲଙ୍କାକୁ ୪-୦ ଗୋଲ୍‌ରେ ମାତ୍‌ ଦେଇ ପ୍ରଥମ ପଏଣ୍ଟ ଅର୍ଜନ କରିଛି। ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ଭାରତ ୪ ଗୋଲ୍‌ ଦେଇ ଶ୍ରୀଲଙ୍କା ଉପରେ ଭାରି ପଡ଼ିଥିଲା। ଭାରତ ପକ୍ଷରୁ ପାର୍ଥିଭ ଗୋଗୋଇ (୬୯, ୯୦+୩ ମିନିଟ୍‌) ଦୁଇଟି ଏବଂ ହିମାଂଶୁ ଜାଙ୍ଗ୍ରା (୫୦ ମିନିଟ୍‌) ଓ ଗୁରକିରଟ ସିଂହ (୭୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଭାରତ ରବିବାର ପରବର୍ତ୍ତୀ ମ୍ୟାଚ୍‌ରେ ନେପାଳକୁ ଭେଟିବ। ଶୁକ୍ରବାରର ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶ ୪-୧ ଗୋଲ୍‌ରେ ମାଳଦୀପକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର