କଟକ: କ୍ରିକେଟ ବିଶ୍ବକପ୍ ପାଇଁ କଟକର କ୍ଲବ୍ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ବିଡ଼ାନାସୀରେ ଅଭ୍ୟାସ କରୁଥିବା ସହିଦ ସ୍ପୋର୍ଟି˚ କ୍ଲବ୍ର ଖେଳାଳିମାନେ ବୟସରେ ସାନ ହୋଇଥିଲେ ବି କ୍ରିକେଟ ଜ୍ଞାନ ଭରପୁର ରଖିଛନ୍ତି। କିଏ ବିଶ୍ବକପ୍ ଜିତିବ, କେଉଁ ଖେଳାଳିଙ୍କ ଉପରେ ଅଧିକ ନଜର ରହିବ, କାହାର ଦୁର୍ବଳତା କଣ ଇତ୍ୟାଦି ଉପରେ ଟିକିନିକି କହିପାରୁଛନ୍ତି। ତେବେ ଯେତେବେଳକୁ ବିଶ୍ବକପ୍ ଆରମ୍ଭ ହେବ, ସେତେବେଳେ ପ୍ରତ୍ୟେକ ମ୍ୟାଚକୁ ଭରପୁର ଉପଭୋଗ କରିବାକୁ ଏମାନେ ଅପେକ୍ଷାରେ ଅଛନ୍ତି। ଭାରତ ଜିତୁ କି ହାରୁ, ଭଲ ଖେଳି ସମସ୍ତଙ୍କ ହୃଦୟ ଜିତିବାକୁ ପଡିବ ବୋଲି ଏହି କ୍ଲବ୍ର ଖେଳାଳିମାନେ ପ୍ରତିକ୍ରିୟା ଦେଇଛନ୍ତି।
ଅ˚ଶୁମାନ ନାୟକ
ବିଶ୍ବକପ୍ରେ ଅଷ୍ଟ୍ରେଲିଆ ସବୁଠୁ ଭଲ କରିବ ବୋଲି ଭାବୁଛି। କାରଣ ଅଷ୍ଟ୍ରେଲିଆରେ ସମସ୍ତେ ହାର୍ଡ ହିଟ୍ କରିଥାନ୍ତି। ଏହି ଦଳରେ ଅଲ୍ରାଉଣ୍ତରଙ୍କ ସ˚ଖ୍ୟା ଅଧିକ। ଭାରତୀୟ ଦଳରେ ଭଲ ଖେଳାଳି ଥିଲେ ବି ଅଷ୍ଟ୍ରେଲିଆ ସବୁଠୁ ଆଗରେ ରହିବ। ଭାରତର ବ୍ୟାଟି˚ ଓ ବୋଲି˚ ବହୁତ ଭଲ। କିନ୍ତୁ ଫିଲ୍ଡି˚ରେ ସୁଧାର ଆଣିବାକୁ ହେବ। ତେଣୁ ମୋ ମତରେ ଅଷ୍ଟ୍ରେଲିଆ ଏଥର ବିଜେତା ହେବ।
ମଳୟ ପ୍ରଧାନ
ସବୁ ଖେଳାଳିଙ୍କ ଭିତରୁ ଧୋନି ମୋର ପ୍ରିୟ ଖେଳାଳି। ତାଙ୍କର ଶାନ୍ତ ସ୍ବଭାବ, ନେତୃତ୍ବ ନେବାର କୌଶଳ ଅନ୍ୟମାନଙ୍କଠୁ ଭିନ୍ନ। ଦଳରେ ସେ ଅଧିନାୟକ ଦାୟିତ୍ବରେ ନଥିଲେ ସୁଦ୍ଧା ତାଙ୍କ ବିନା କୋହଲି କିଛି କରିପାରିବେନି। ଦଳରେ ସାମିଲ ହୋଇଥିବା ନବାଗତଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଆଇପିଏଲ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ବିଶ୍ବକପ୍ ସମ୍ପୂର୍ଣ୍ଣ ଅଲଗା ପରିବେଶ। ଭଲ ନଖେଳିଲେ ତାହାର ପ୍ରଭାବ ଦଳ ଉପରେ ପଡ଼ିବ।
ରାହୁଲ ନାୟକ
ଋଷଭ ପନ୍ତଙ୍କୁ ଭାରତୀୟ ଦଳରେ ସାମିଲ କରାଯିବା ଉଚିତ ଥିଲା। ଦୀନେଶ କାର୍ତ୍ତିକଙ୍କ ଅପେକ୍ଷା ପନ୍ତ ଵିକେଟ ପଛରେ ଓ ପିଚ୍ ଉପରେ ବିଧ୍ବ˚ସୀ ପାଳି ଖେଳିବାର ଦକ୍ଷତା ରଖୁଛନ୍ତି। ବିସିସିଆଇର ପ୍ରତ୍ୟେକ ସ୍ତରର ମ୍ୟାଚରେ ସେ ପ୍ରଭାବଶାଳୀ ହୋଇପାରିଛନ୍ତି। ତେଣୁ ଧୋନିଙ୍କ ସହିତ ଦ୍ବିତୀୟ ଵିକେଟ ରକ୍ଷକ ଭାବେ ପନ୍ତ ଉତ୍ତମ ବିକଳ୍ପ ଥିଲେ। ତେବେ ଯାହା ହେଉ ବର୍ତ୍ତମାନର ଭାରତୀୟ ଦଳ ସନ୍ତୁଳିତ ଅଛି। ଘରୋଇ ପରିବେଶରେ ଇ˚ଲଣ୍ତ ଟ୍ରଫି ପାଇଁ ଅଧିକ ଦାବିଦାର ଥିଲେ ବି ଭାରତ ଏହା ପଛକୁ ରହିବ। ତଥାପି ଭାରତ ହାରୁ କି ଜିତୁ, ସମସ୍ତଙ୍କ ହୃଦୟ ଜିତିବା ଦରକାର। ଏହାହିଁ ଆମ ଦେଶର ସ୍ବତନ୍ତ୍ରତା।
ମଦନ ଦାସ
ବିଶ୍ବକପ୍ରେ ଘରୋଇ ଦଳ ଫାଇନାଲ୍ ଜିତିବା ବିଗତ ଦିନମାନଙ୍କରେ ଦେଖାଯାଇଛି। ଏଥିସହିତ ବର୍ତ୍ତମାନ ଖେଳକୁ ନଜରରେ ରଖିଲେ ଇ˚ଲଣ୍ତ ବିଶ୍ବ ବିଜୟୀ ହେବା ସମ୍ଭାବନା ରହୁଛି। ତଥାପି ଭାରତୀୟ ଦଳ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଅଛି। ବ୍ୟାଟି˚, ବୋଲି˚, ଫିଲ୍ଡି˚ ସବୁଥିରେ ଭାରତ ଉନ୍ନତି କରିଛି। ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଅଧିକ ଭଲ ପାଉଥିବାରୁ ତାଙ୍କ ବ୍ୟାଟି˚ ଦେଖିବାକୁ ସବୁବେଳେ ବ୍ୟଗ୍ର ରହୁଛି।
ଶୁଭ୍ରା˚ଶୁ ମହାନ୍ତି
ଭାରତର ଯେତେଜଣ ଖେଳାଳି ଅଛନ୍ତି, ସମସ୍ତଙ୍କ ଅପେକ୍ଷା ଧୋନି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ଅଛି। ପରିସ୍ଥିତି ଦେଖି ଧୋନି ମ୍ୟାଚ ମୋଡ ବଦଳାଇ ଦେଇପାରିବେ। କୋହଲି, ରୋହିତ, ଧାଵନ, ରାହୁଲଙ୍କୁ ନେଇ ଭାରତର ବ୍ୟାଟି˚ କ୍ରମ ମଜବୁତ୍ ଅଛି। ବଡ଼ ରନ୍ କରିଲେ ଭାରତ ପାଇଁ ସୁଯୋଗ ରହିବ। ବୁମ୍ରା, ହାର୍ଦ୍ଦିକ ପାଣ୍ତ୍ୟା, ଭୁବନେଶ୍ବର କୁମାର ଵିକେଟ ବାହାର କରିବା ଦାୟିତ୍ବରେ ରହିବେ। ଆଇପିଏଲ୍ର ପ୍ରଭାବ ଏହି ବିଶ୍ବକପ୍ରେ ଦେଖିବାକୁ ମିଳିବ।
‘ଭାରତ ଜିତୁ କି ହାରୁ, ଭଲ ଖେଳି ସମସ୍ତଙ୍କ ହୃଦୟରେ ଥାଉ’
ସହିଦ ସ୍ପୋର୍ଟି˚ କ୍ଲବ୍:ସହିଦ ସ୍ପୋର୍ଟି˚ କ୍ଲବ୍
/sambad/media/post_attachments/wp-content/uploads/2019/05/children-players.jpg)