ସିଡନି: ଚଳିତ ସିରିଜର ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପୁଣି ଥରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି । ନିର୍ଦ୍ଧାରିତ ୫୦ ଓଭରରେ କଙ୍ଗାରୁ ଦଳ ୩୮୯ ରନର ବିଶାଳ ସ୍କୋର ଠିଆ କରିଛି । ଏବେ ଭାରତ ୩୯୦ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଛି । ଭାରତକୁ ଜିତିବାକୁ ହେଲେ ବଡ ସ୍କୋର କରିବାକୁ ହେବ । ଅଷ୍ଟ୍ରେଲିଆ ଏହି ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ୧୦୪, ୱାର୍ଣ୍ଣର ୮୩, ଫିଞ୍ଚ୬୦ ଓ ମାକ୍ସୱେଲ ୬୩ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୪ ୱିକେଟ ହରାଇ ୩୮୯ ରନ କରିଥିଲା ।
୩୯୦ ରନର ଟାଗେର୍ଟ ନେଇ ଖେଳୁଥିବା ଏହି ମ୍ୟାଚ ଭାରତ ଯଦି ହାରିଯାଏ ତେବେ ଏକଦିବସୀୟ ସିରିଜରେ ପରାଜିତ ହେବ । ତେଣୁ ଆଜିର ମ୍ୟାଚରେ ଭାରତ କର ବା ମର ସ୍ଥିତରେ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/aus1.jpg)