ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ମ୍ୟାଚର ୪ର୍ଥ ଦିନର ଖେଳ ସମାପ୍ତ ହୋଇଛି । ଷ୍ଟମ୍ପସ୍ ଅପସାରଣ ବେଳକୁ ଭାରତ ଗୋଟିଏ ଓ୍ବିକେଟ ହରାଇ ୬୩ ରନ କରିଥିଲା । ଅର୍ଥାତ ମ୍ଯାଚର ଶେଷ ଦିନରେ ଭାରତକୁ ବିଜୟ ପାଇଁ ଆଉ ୫୮ ରନର ଆବଶ୍ୟକତା ରହିଛି । ଭାରତ ପକ୍ଷରୁ କେ.ଏଲ. ରାହୁଲ ୨୫ ରନ ଓ ସାଇ ସୁଦର୍ଶନ ୩୦ ରନ କରି ଖେଳୁଛନ୍ତି। ଯଶସ୍ବୀ ଜୟସ୍ବାଲ ୮ ରନ କରି ଆଉଟ ହୋଇଛନ୍ତି।

Advertisment

ଏହି ମ୍ୟାଚରେ ଫଲୋଅନର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍ ନିଜର ୨ୟ ଇନିଂସରେ ୩୯୦ ରନ କରି ଅଲଆଉଟ ହୋଇଯାଇଥିଲା । ଏହା ଫଳରେ ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଫଲୋଅନର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍ ନିଜର ୨ୟ ଇନିଂସରେ ୩୯୦ ରନ କରି ଅଲଆଉଟ ହୋଇଯାଇଥିଲା । ଏହା ଫଳରେ ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଜନ କ୍ୟାମ୍ପବେଲ ୧୧୫ ରନ ଓ ସଇ ହୋପେ ୧୦୩ ରନ କରି ଭାରତୀୟ ବୋଲରଙ୍କ ଦୃଢ ମୁକାବିଲା କରିଥିଲେ । ସେହିପରି ଜଷ୍ଟିନ ଗ୍ରିଭସ ୫୦ ରନ ଓ ରୋଷ୍ଟନ ଚେଜ୍ ୪୦ ରନ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ପ୍ରଥମ ଇନିଂସରେ ଭାରତ ୫୧୮ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଓ୍ବେଷ୍ଟଇଣ୍ଡିଜ ନିଜର ପ୍ରଥମ ଇନିଂସରେ ୨୪୮ ରନ କରିଥିଲା ।