ଆମର ଏମିତିକା କାଗଜ କଲମବାଲା କୋଚ୍ ଦରକାର

ନୂଆଦିଲ୍ଲୀ : ବିଶ୍ବକପ୍ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ଟିମ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ସବୁଆଡ଼େ ମାନସମନ୍ଥନ ଚାଲିଛି । ଟିମରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଟି-୨୦ରେ ସିନିୟର ଖେଳାଳିଙ୍କ ବଦଳରେ ଯୁବ ଖେଳାଳିଙ୍କ ଆବଶ୍ୟକତା ରହିଛି ବୋଲି ପୂର୍ବତନ ଖେଳାଳିମାନେ ମତ ଦେଉଛନ୍ତି ।

ଏ ପ୍ରସଙ୍ଗରେ ପୂର୍ବତନ ସ୍ପିନର ହରଭଜନ ସିଂ କେତେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ଦଳରେ କୋଚ ମଧ୍ୟ ବଦଳିବା ଦରକାର । ଆମର ଆଶୀଷ ନେହେରାଙ୍କ ପରି କୋଚ ଦରକାର । ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଅଧିନାୟକ ଦାୟିତ୍ବ ଦିଆଯିବା ଦରକାର ।

ନେହାରା ଓ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜୁରାଟ ଟାଇଟନ୍ସ ପରି ଏକ ନୂଆ ଦଳ ଚଳିତ ବର୍ଷ ଆଇପିଏଲ ଚାମ୍ପିଅନ ହୋଇଥିଲା ।

ଆଇପିଏଲ ବେଳେ କୋଚ ନେହେରା ନିଜେ ବାଉଣ୍ଡରୀ ନିକଟରେ ଉପସ୍ଥିତ ରହି କାଗଜ କଲମରେ ହିସାବ କରୁଥିବା ଦେଖାଯାଇଥିଲା । ଏହା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗୁରୁବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ଶୋଚନୀୟଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଇଂଲଣ୍ଡର ବିଜୟ ପାଇଁ ଭାରତ ୧୬୯ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ଓ ଜସ ବଟଲର ହିଁ ଖେଳ ସମାପ୍ତ କରିଦେଇଥିଲେ ।

 

ସମ୍ବନ୍ଧିତ ଖବର