ନୂଆଦିଲ୍ଲୀ: ଏଠାରେ ଖେଳାଯାଉଥିବା ପ୍ରଥମ ଖୋ ଖୋ ବିଶ୍ବକପ୍ର ଉଭୟ ମହିଳା ଓ ପୁରୁଷ ବର୍ଗ ଫାଇନାଲ୍ରେ ଭାରତ ଓ ପଡ଼ୋଶୀ ନେପାଳ ମୁହାଁମୁହିଁ ହେବେ। ଶନିବାର ମହିଳା ସେମିଫାଇନାଲ୍ରେ ନେପାଳ ୮୯-୧୮ରେ ଉଗାଣ୍ଡାକୁ ଏବଂ ଆୟୋଜକ ଭାରତ ୬୬-୧୬ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ସେହିଭଳି ପୁରୁଷ ବର୍ଗର ପ୍ରଥମ ସେମିଫାଇନାଲ୍ରେ ନେପାଳ ୭୨-୨୦ରେ ଇରାନକୁ ଏବଂ ଦ୍ବିତୀୟରେ ଭାରତ ରୋମାଞ୍ଚକ ଭାବେ ୬୦-୪୨ରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରି ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ମହିଳାଙ୍କ ଫାଇନାଲ୍ ରବିବାର ରାତି ୭ଟା ଏବଂ ପୁରୁଷ ଫାଇନାଲ୍ ରାତି ୮ଟା ୧୫ରୁ ଆରମ୍ଭ ହେବ। ଏହାକୁ ନେଇ ଖୋ ଖୋ ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି।
ଉଭୟ ଫାଇନାଲ୍ରେ ଭାରତ-ନେପାଳ
ଏଠାରେ ଖେଳାଯାଉଥିବା ପ୍ରଥମ ଖୋ ଖୋ ବିଶ୍ବକପ୍ର ଉଭୟ ମହିଳା ଓ ପୁରୁଷ ବର୍ଗ ଫାଇନାଲ୍ରେ ଭାରତ ଓ ପଡ଼ୋଶୀ ନେପାଳ ମୁହାଁମୁହିଁ ହେବେ। ଶନିବାର ମହିଳା ସେମିଫାଇନାଲ୍ରେ ନେପାଳ ୮୯-୧୮ରେ ଉଗାଣ୍ଡାକୁ ଏବଂ ଆୟୋଜକ...
/sambad/media/media_files/2025/01/19/k4s37kSQhDHDBcx6Uv5B.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)