ୱେଲିଂଟନ୍: ପ୍ରଥମ ଟି-୨୦ରେ ବୁଧବାର ନ୍ୟୁଜିଲାଣ୍ଡ ୮୦ ରନ୍ରେ ଭାରତକୁ ପରାସ୍ତ କରିଛି। ୱେଷ୍ଟପାକ୍ ଷ୍ଟାଡିୟମରେ ଭାରତ ୧୯.୨ ଓଭରରେ ୧୩୯ ରନ ସଂଗ୍ରହ କରି ସମସ୍ତ ଓ୍ଵିକେଟ୍ ହରାଇଛି। ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୩୯ ରନ୍, ଶିଖର ଧାଓ୍ଵନ ୨୯ ରନ୍, ବିଜୟ ଶଙ୍କର ୨୭ ରନ୍ କରିଥିବା ବେଳେ ଅନ୍ୟ ଖେଳାଳିମାନେ ୨ ଅଙ୍କ ବିଶିଷ୍ଟ ରନ୍ କରିବାକୁ ଅସମର୍ଥ ହୋଇଥିଲେ।
ନ୍ୟୁଜିଲାଣ୍ଡର ବୋଲର ଟିମ୍ ସାଉଦୀ ୩ ଓ୍ଵିକେଟ, ଲକି ଫରଗୁସନ୍, ମିଚେଲ ସଣ୍ଟନର ଓ ଇସ୍ ସୋଧୀ ୨-୨ ଓ୍ଵିକେଟ ନେଇଥିବା ବେଳେ ଡାରଏଲ ମିଚେଲଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ୨୦ ରନ୍ ଟାର୍ଗେଟ ମିଳିବା ପରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା। ଭାରତ ପ୍ରଥମ ଓଭରରେ ମାତ୍ର ଗୋଟିଏ ରନ୍ କରିଥିବା ବେଳେ ୨ୟ ଓଭରରେ ୧୭ ରନ୍ କିନ୍ତୁ ପରବର୍ତ୍ତୀ ସମୟରେ ଭାରତର ବ୍ୟାଟିଂ ଦୁର୍ବଳ ହୋଇ ପଡ଼ିଥିଲା। ଭାରତୀୟ ବ୍ୟାଟସ୍ମ୍ୟାନମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରୁଥିଲେ।
/sambad/media/post_attachments/wp-content/uploads/2019/02/indian-team-2.jpg)
ତିନି ଟି-୨୦ ମ୍ୟାଚ୍ର ପ୍ରଥମ ମୁକାବିଲାରେ ବୁଧବାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ୨୧୯ ରନ୍ କରିଥିଲା। ଏଥିରେ ଓପନର୍ ଟିମ୍ ସେଇଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ (୮୪ ରନ୍, ୪୩ ବଲ, ୭ ଚୌକା ଓ ୬ଛକା) ସାମିଲ ଅଛି। କୋଲିନ୍ ମୁନରୋ ଏବଂ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ ୩୪-୩୪ ରନ୍ ଯୋଡ଼ିଛନ୍ତି। ସେହିପରି ରସ ଟେଲର ୨୩ ରନ୍ କରିଥିବା ବେଳେ ସ୍କଟ କୁଗେଲଜିଙ୍ଗଙ୍କ ୨୦ ରନ୍ ଦଳ ପାଇଁ ଅବଦାନ ଥିଲା।
ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଖଲିଲ ଅହମଦ, କୃଣାଳ ପାଣ୍ଡ୍ୟା ଓ ୟଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/rohit.jpg)