ରାଜକୋଟ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ୨ୟ ଟି-୨୦ ମ୍ୟାଚ ଖେଳାଯିବ। ଏଥି ପାଇଁ ଟସ୍ କାର୍ଯ୍ୟକ୍ରମ ଶେଷ ହୋଇଛି। ଟସ୍ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବ।
ଗତ ନଭେମ୍ବର ୧ରେ ନୂଆଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଭାରତ ୫୩ ରନ୍ରେ ବିଜୟୀ ହୋଇଥିଲା। ଏଥିପାଇଁ ଭାରତର ଦୃଢ଼ ମନୋବଳ ବଢ଼ି ଯାଇଛି। ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଥର ପରାସ୍ତ କରିଥିବାରୁ ବିରାଟ କୋହଲିଙ୍କ ଟିମ୍ ଦୃଢ଼ ଆଶା କରୁଛି ଯେ, ଶନିବାର ମ୍ୟାଚରେ ବିଜୟ ଧାରା ଜାରି ରଖିବ। ଅପରପକ୍ଷେ କେନ୍ ଓ୍ଵିଲିୟମସନ୍ଙ୍କ ନ୍ୟୁଜିଲାଣ୍ଡ ଟିମ୍ ଶନିବାର ମ୍ୟାଚ ଜିଣି ଶୃଙ୍ଖଳାକୁ ସମାନସ୍ତର ଆଣିବାକୁ ଉଦ୍ୟମ କରିବ।