ବର୍ଷା ସାଜିଲା ଦାଉ, ବାତିଲ ହେଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ

ଟେଣ୍ଟବ୍ରିଜ : ଚଳିତ ବିଶ୍ୱକପରେ ଆଜି ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିବାବେଳେ ପୁଣି ଖଳନାୟକ ସାଜିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବାତିଲି ହୋଇଯାଇଛି । ଲଗାଣ ବର୍ଷା ଫଳରେ ଷ୍ଟାଡିୟମ ଜଳମଗ୍ନ ହୋଇଯାଇଥିଲା । ପ୍ରାୟ  ୪ ଥର ଫିଲ୍ଡ ପରିଦର୍ଶନ କରିବା ପରେ ମ୍ୟାଚ ରେଫରୀ ରଂଜନ ମଦୁଗଲେ ମ୍ୟାଚ ବାତିଲ ହେଲା ବୋଲି ଘୋଷଣା କରିଛନ୍ତି । ମ୍ୟାଚ ବାତିଲ ହେବା ପରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିଛନ୍ତି । ଏହା ଫଳରେ ନ୍ୟୁଜିଲାଣ୍ଡର ମୋଟ ପଏଣ୍ଟ ୭ରେ ପହଞ୍ଚିଥିବାବେଳେ ଭାରତ ମୋଟ ପଏଣ୍ଟ ୫ ରେ ପହଞ୍ଚିଛି ।

ଗୋଟିଏ ବିଶ୍ୱକପରେ ଏତେ ସଂଖ୍ୟକ ମ୍ୟାଚ ବର୍ଷାଯୋଗୁଁ ବାତିଲ ହେବା ପ୍ରଥମ ଘଟଣା ହୋଇଛି । ଏବେ ସୁଦ୍ଧା ୩ଟି ମ୍ୟାଚ  େଓ୍ଵଷ୍ଟ ଇଣ୍ଡିଜ-ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା-ବାଂଲାଦେଶ ଓ ପାକିସ୍ତାନ ଶ୍ରୀଲଙ୍କା ମ୍ୟାଚ ବାତିଲ ହୋଇଯାଇଛି । ଏହା ଫଳରେ ଆଇସିସିର ଏହି କାର୍ଯ୍ୟସୂଚୀକୁ ନେଇ ପ୍ରଶ୍ନ ଉଠିଛି । ଆହୁରି ମଧ୍ୟ ଚଳିତ ବିଶ୍ୱକପର ଆଗାମୀ ମ୍ୟାଚ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର