ଦୁବାଇ: ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ରବିବାର ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବ। ଏହି ମୁକାବିଲା ଗ୍ରୁପ୍‌ ‘ଏ’ର ବିଜେତା ହେବା ପାଇଁ ଏକ ଲଢ଼େଇ ହେବ ମାତ୍ର। କାରଣ ଉଭୟ ଦଳ ସେମିଫାଇନାଲ୍‌କୁ ଉନ୍ନୀତ ହୋଇ ସାରିଛନ୍ତି। ପ୍ରତିଯୋଗିତା ଦୃଷ୍ଟିରୁ ଏହା ଗୁରୁତ୍ବ ରଖୁନଥିଲେ ମଧ୍ୟ ଭାରତୀୟ ଦଳ ସେମିଫାଇନାଲ୍‌ ପୂର୍ବରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବା ଏବଂ ସ୍ପିନ୍ ବିପକ୍ଷରେ ନିଜ ଖେଳାଳିଙ୍କୁ ଅଧିକ ଶାଣିତ କରିବାକୁ ଏହି ମ୍ୟାଚ୍‌ ଉପରେ ନଜର ରଖିଛି। ଭାରତ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାରୁ ଏହି ଦୁଇ ଦଳର ଅଭିଜ୍ଞ ସ୍ପିନର୍‌ଙ୍କୁ ମୁକାବିଲା କରିବା ପୂର୍ବରୁ ମଧ୍ୟ ଭାରତୀୟ ଖେଳାଳି ଏଠାରେ ପ୍ରସ୍ତୁତ ହେବାକୁ ସୁଯୋଗ ପାଇବେ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମେହେଦି ହାସନ୍ ମିରାଜ (୦/୩୭), ରିଶଦ ହୋସେନ୍ (୨/୩୮) ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଆବ୍ରାର ଅହମ୍ମଦ (୧/୨୮)ଙ୍କୁ ଭାରତୀୟ ଦଳ ଭଲ ଖେଳିଛନ୍ତି। ରବିବାର କିନ୍ତୁ ମାଇକେଲ୍ ସାଣ୍ଟନର୍‌ ଓ ମାଇକେଲ୍ ବ୍ରେସୱେଲ୍‌ଙ୍କ ଭଳି ଅଭିଜ୍ଞଙ୍କ ଆହ୍ବାନର ସମ୍ମୁଖୀନ ହେବ। ସାମୟିକ ସ୍ପିନର୍‌ ଗ୍ଲେନ୍ ଫିଲିପ୍ସ ବି ଅସୁବିଧା ସୃଷ୍ଟି କରିପାରିବେ। ଦୁବାଇର ସ୍ପିନ୍ ସହାୟକ ପିଚ୍‌ରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍ ଚତୁରତା ସହ ସ୍ପିନର୍‌ଙ୍କ ବିପକ୍ଷରେ ଏକ ଦୁଇ ରନ୍‌ ଦେଇ ପେସ‌୍ ବୋଲର୍‌ଙ୍କ ବିପକ୍ଷରେ ବଡ଼ ସଟ୍ ଖେଳିବା ଯୋଜନା କରି ସଫଳ ହୋଇଛନ୍ତି। ଶୁବମନ ଗିଲ୍ ଓ ବିରାଟ କୋହଲି ଅନ୍ୟୂନ ଗୋଟିଏ ଲେଖାଏଁ ଶତକ ହାସଲ କରିଥିବାବେ‌ଳେ ଏବେ କେଏଲ୍ ରାହୁଲ, ଶ୍ରେୟସ ଆୟରଙ୍କୁ ସେମିଫାଇନାଲ୍ ପୂର୍ବରୁ ଦୁବାଇର ମନ୍ଥର ପିଚ୍‌ରେ କିଛି ଭଲ ଅଭ୍ୟାସର ଆବଶ୍ୟକତା ରହିଛି।

Advertisment

ଭାରତୀୟ ଦଳ ନିଜ ବୋଲିଂ ବିଭାଗରେ ମଧ୍ୟ ୫ ସ୍ପିନର୍‌ଙ୍କ ମଧ୍ୟରୁ କାହାରିକୁ ନେଇ ଖେଳିବ ଚୂଡାନ୍ତ କରିନାହିଁ। ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, ୱାସିଂଟନ୍‌ ସୁନ୍ଦର, କୁଲଦୀପ ୟାଦବ, ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳ ଦୁବାଇ ନେଇ ଯାଇଛି। ଜାଡ଼େଜା, ଅକ୍ଷର ଓ କୁଲଦୀପ ଏପର୍ଯ୍ୟନ୍ତ ଖେଳିଛନ୍ତି। ଏମାନେ କେହି ଚମତ୍କାର ପ୍ରଦର୍ଶନ କରିନାହାନ୍ତି, କିନ୍ତୁ ପ୍ରତିଦ୍ବନ୍ଦ୍ବୀ ବ୍ୟାଟର୍‌ଙ୍କୁ ମିଡିଲ୍‌ ଓଭରରେ ରୋକିବାରେ ସକ୍ଷମ ହୋଇଛନ୍ତି। ଏମାନଙ୍କ ଭିତରୁ ଜଣେ ବି ଓଭର ପିଛା ୫ରୁ ଅଧିକ ହାରରେ ରନ୍ ବ୍ୟୟ କରିନାହାନ୍ତି। ପାକିସ୍ତାନ ବିପକ୍ଷ ମୁକାବିଲାରେ ମହମ୍ମଦ ରିଜୱାନ ଓ ସୌଦ ସକିଲ୍ ୧୦୦ ରନ୍‌ର ଭାଗୀଦାରି କରିବା ସତ୍ତ୍ବେ ଭାରତୀୟ ସ୍ପିନର୍‌ ସେମାନଙ୍କୁ ୧୧ରୁ ୩୪ ଓଭର ଭିତରେ ବାନ୍ଧି ରଖିଥିଲେ। ଏବେ କେନ୍‌ ୱିଲିୟମସନ୍‌, ୱିଲ୍ ୟଙ୍ଗ୍‌, ଟମ୍ ଲଥାମ୍‌, ଡେଭନ୍ କନ୍‌ୱେ, ରାଚିନ ରବୀନ୍ଦ୍ରଙ୍କୁ ଭାରତୀୟ ସ୍ପିନର୍ କିଭଳି ରୋକିବେ ଦେଖିବାର ଅଛି। ଗତ ମ୍ୟାଚ୍‌ରେ ଶତକ ହାସଲ କରି ଫର୍ମକୁ ଫେରିଥିବା ବିରାଟ କୋହଲି ରବିବାର ତାଙ୍କ ୩୦୦ତମ ଦିନିକିଆ ଅନ୍ତର୍ଜାତୀୟ ଖେଳିବେ। ୨୦୧୭ ମସିହାରେ ସମାନ ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ନିଜ ୨୦୦ତମ ଦିନିକିଆରେ ସେ ଶତକ ହାସଲ କରିଥିଲେ।
ଉଭୟ ଦଳ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଅପରାଜିତ ରହିଛନ୍ତି। ନିଜ ନିଜର ଶେଷ ୫ ମୁକାବିଲା ଜିତିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ୍‌ ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଦୁଇ ଥର ଭାରତଠାରୁ ହାରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିବ। ଗ୍ରୁପ୍ ପର୍ଯ୍ୟାୟ ଏବଂ ସେମିଫାଇନାଲ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ଏବେ ଚାପମୁକ୍ତ ମ୍ୟାଚ୍‌ ଥିବାରୁ ନ୍ୟୁଜିଲାଣ୍ଡ୍‌ ପ୍ରତିଶୋଧ ଆଶାରେ ରହିବ। ଭାରତୀୟ ଖେଳାଳି ମଧ୍ୟ ସମାନ ସମୟରେ ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେବା ଯୋଜନା କରିଛି। ରୋହିତ ନ ଖେଳିଲେ ଋଷଭ ପନ୍ତ୍ ପ୍ରଥମ ମ୍ୟାଚ୍‌ ସୁଯୋଗ ପାଇପାରନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସଂଘର୍ଷ କରିଥିବାରୁ ସାମିଙ୍କ ବଦଳରେ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିବ। ଆହତ ସମସ୍ୟାରୁ ଫେରିଥିବାରୁ କୁଲଦୀପ ୟାଦବଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀ ଖେଳିବା ସମ୍ଭାବନା ରହିଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍‌ (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ରବୀନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍‌: ୱିଲ୍ ୟଙ୍ଗ୍‌, ଡେଭନ୍‌ କନୱେ, କେନ୍‌ ୱିଲିୟମସନ୍‌, ରାଚିନ ରବୀନ୍ଦ୍ର, ଟମ୍ ଲଥାମ (ୱିକେଟ୍‌ରକ୍ଷକ), ଗ୍ଲେନ୍ ଫିଲିପ୍ସ, ମାଇକେଲ୍‌ ବ୍ରେସ୍‌ୱେଲ୍‌, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ‌ମ୍ୟାଟ୍ ହେନରି, କାଏଲ ‌ଜାମିସନ୍‌, ୱିଲିୟମ୍‌ ଓ’ରୁର୍କି।

ଇଂଲଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମିରେ ଦକ୍ଷିଣ ଆଫ୍ରିକା

କରାଚି: ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇ ଦକ୍ଷିଣ ଆଫ୍ରିକା ଗ୍ରୁପ୍-ବି’ ବିଜେତା ଭାବେ ଚଳିତ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକାର ଏହି ଏକତରଫା ବିଜୟ ପରେ ଅଷ୍ଟ୍ରେଲିଆ ମଧ୍ୟ ଏହି ଗ୍ରୁପ୍‌ର ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍‌ ଟିକେଟ ହାସଲ କରିଛି। ଇଂଲଣ୍ଡର ବଡ଼ ପରାଜୟ ପରେ କିନ୍ତୁ ବିପର୍ଯ୍ୟୟ ସୃଷ୍ଟିକାରୀ ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଭିଯାନ ଶେଷ ହୋଇଯାଇଛି। ସେପଟେ ଅନ୍ୟତମ ଟ୍ରଫି ଦାବିଦାର ବିବେଚିତ ହେଉଥିବା ଇଂଲଣ୍ଡ ପ୍ରତିଯୋଗିତାର ଏକମାତ୍ର ଦଳ ଭାବେ ଲଗାତାର ତୃତୀୟ ପରାଜୟ ବରଣ କରିଛି। ତିନିଟି ଯାକ ଲିଗ୍ ମ୍ୟାଚ୍ ହାରି ଲଜ୍ଜାଜନକ ଭାବେ ନିଜ ଅଭିଯାନ ଶେଷ କରିଛି।  ଇଂଲଣ୍ଡ ତାର ପ୍ରଥମ ମ୍ୟାଚ୍‌ରେ ୩୫୦ରୁ ଅଧିକ ରନ୍ କରିବା ସତ୍ତ୍ବେ ଅଷ୍ଟ୍ରେଲିଆଠାରୁ ହାରିଥିଲା। ଦ୍ବିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନ ଦେଇଥିବା ୩୨୬ ରନ୍‌ର ଲକ୍ଷ୍ୟକୁ ହାସଲ କରିପାରି ନଥିଲା। ଶକ୍ତିଶାଳି ବ୍ୟାଟିଂକ୍ରମ ସତ୍ତ୍ବେ ଶନିବାର ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରି ୩୮.୨ ଓଭରରେ ମାତ୍ର ୧୭୯ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ୧୮୦ ରନ୍‌ର ସହଜ ଲକ୍ଷ୍ୟକୁ କେବଳ ୩ ୱିକେଟ୍ ହରାଇ ୨୯.୧ ଓଭରରେ ହାସଲ କରି ନେଇଥିଲା। ଲିୟାମ ଲିଭିଂଷ୍ଟୋନଙ୍କୁ ଛକା ମାରି ଡେଭିଡ୍ ମିଲର ଦକ୍ଷିଣ ଆଫ୍ରିକା ବିଜୟରେ ମୁଣ୍ଡି ମାରିଥିଲେ। ଓପନର୍ ତ୍ରିସ୍ତାନ ଷ୍ଟବ୍ସ ଖାତା‌ ଖୋଲି ପାରି ନଥିଲେ। ତେବେ ରାଶି ଭାନ ଡର୍ ଦୁସେନ (୭୨*) ଓ ୱିକେଟ୍ ରକ୍ଷକ ହେନରିକ୍ କ୍ଲାସେଁ (୬୪) ଦାୟିତ୍ବବାନ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ। ଏହା ମଧ୍ୟ ଇଂଲଣ୍ଡର ଲଗାତାର ସପ୍ତମ ଏକଦିବସୀୟ ପରାଜୟ ଥିଲା। ଅଧିନାୟକ ଭାବେ ଜୋସ୍ ବଟଲର୍‌ଙ୍କ ଶେଷ ମ୍ୟାଚ୍‌କୁ ହାରି ଇଂଲଣ୍ଡ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିଥିଲା। ଅନ୍ୟପକ୍ଷରେ ୩୯ ରନ୍ ଦେଇ ଇଂଲଣ୍ଡର ପ୍ରଥମ ତିନି ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇବା ସହ ତିନିଟି ଦର୍ଶନୀୟ କ୍ୟାଚ୍ ନେଇଥିବା ମାର୍କୋ‌ ୟାନ୍‌ସେନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। 

ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଇଂଲଣ୍ଡ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ମାତ୍ରାଧିକ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ସହ ୨୦୦ ରନ୍ ବି ଛୁଇଁ ପାରି ନଥିଲା। ୟାନସେନଙ୍କ ସହ ଦକ୍ଷିଣ ଆଫ୍ରିକାର ଯୁବ ବୋଲର ୱିଆନ୍ ମୁଲଡର୍ (୩/୨୫) ଇଂଲଣ୍ଡର ସର୍ବାଧିକ କ୍ଷତି ଘଟାଇଥିଲେ। ସ୍ପିନର କେଶବ ମହାରାଜ (୨/୩୫) ମଧ୍ୟ ଚାପ ହଟିବାକୁ ଦେଇ ନଥିଲେ। ଫଳରେ ଇଂଲଣ୍ଡର ଜଣେ ହେଲେ ବି ବ୍ୟାଟର୍‌ ଅର୍ଦ୍ଧଶତକ ଛୁଇଁ ପାରି ନଥିଲେ। ପୂର୍ବତନ ଅଧିନାୟକ ଜୋ ରୁଟ୍ ସର୍ବାଧିକ ୩୭ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ଦୁଇଟି ବିଜୟ ଏବଂ ବାତିଲ ମ୍ୟାଚ୍‌ରୁ ଗୋଟିଏ ପଏଣ୍ଟ୍‌ ପାଇ ମୋଟ ୫ ପଏଣ୍ଟ୍‌ ସହ ଗ୍ରୁପ୍-ବି’ର ପ୍ରଥମ ସ୍ଥାନରେ ରହିଥିଲା। 

ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୩୮.୨ ଓଭରରେ ୧୭୯/୧୦ (ଜୋ ରୁଟ୍ ୩୭, ଜୋଫ୍ରା ଆର୍ଚର ୨୫, ବେନ୍ ଡକେଟ୍ ୨୪, ମାର୍କୋ‌ ୟାନସେନ ୩/୩୯, ୱିଆନ୍ ମୁଲଡର୍ ୩/୨୫, କେଶବ ମହାରାଜ ୨/୩୫)। ଦକ୍ଷିଣ ଆଫ୍ରିକା ୨୯.୧ ଓଭରରେ ୧୮୧/୩ (ରାଶି ଭାନ ଡର୍ ଦୁସେନ ୭୨*, ହେନରିକ୍ କ୍ଲାସେଁ ୬୪, ଜୋଫ୍ରା ଆର୍ଚର ୨/୫୫)।

ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ
ବେଙ୍ଗାଲୁରୁ: ଚଳିତ ଡବ୍‌ଲ୍ୟୁପିଏଲ୍‌ରେ ମୁମ୍ଭାଇ ଇଣ୍ଡିଆନ୍ସକୁ ୯ ୱିକେଟ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ୍ ଟେବୁଲ୍‌ ଶୀର୍ଷକୁ ଉନ୍ନୀତ ହୋଇଛି। ମିନୁ ମଣି (୩/୧୭) ଓ ଜେସ୍‌ ୟୋନାସେନ୍ (୩/୨୫)ଙ୍କ ଘାତକ ବୋଲିଂକୁ ଖେଳି ନପାରି ମୁମ୍ବାଇ ଇଣ୍ଡିଆନ୍ସ ୧୨୩/୯ରେ ସୀମିତ ରହିଥିଲା। ‌ହେଲେ ମାଥ୍ୟୁସ ଓ ହର୍ମନପ୍ରୀତ୍ କୌର୍‌ ପ୍ରତ୍ୟେକ ୨୨ ରନ୍ ଲେଖାଏଁ କରିଥିଲେ। ଜବାବରେ ଅଧିନାୟିକା ମେଗ୍ ଲାନିଙ୍ଗ୍ (୬୦*) ଓ ଶେଫାଳି ବର୍ମା (୪୩)ଙ୍କ ପାଳି ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୪.୩ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।