ବୁଧବାରଠୁ ଭାରତ-ନ୍ୟୁଜିଲାଣ୍ଡ ଶୃଙ୍ଖଳା: ଜୟପୁର ଟ୍ବେଣ୍ଟି-୨୦ରେ ଟସ୍ ନିର୍ଣ୍ଣାୟକ ହେବନି

ଜୟପୁର: ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ଗୋଲାପି ସହର ଜୟପୁରରେ ଖେଳାଯିବ। ଏହି ମ୍ୟାଚ୍‌ରେ କିନ୍ତୁ ଟସ୍‌ର ସେତେଟା ମହତ୍ବ ରହିବନି। କାରଣ ମ୍ୟାଚ୍‌ର ଉଭୟ ପାଳିରେ କାକର ସମାନ ପରିମାଣରେ ପଡ଼ିବ। ଗତ ଦୁଇ ଦିନର ପରିସ୍ଥିତି ଅନୁଯାୟୀ ଜୟପୁରରେ ସଂପ୍ରତି ରାତି ୭ଟାରୁ କାକର ପଡ଼ିବା ଆରମ୍ଭ ହୋଇଯାଉଛି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପାଖାପାଖି ସେହି ସମୟରେ ଆରମ୍ଭ ହେବାର ଥିବାରୁ କୌଣସି ଦଳ ଫାଇଦାରେ ରହିବେନି। ଅର୍ଥାତ୍ ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କଲେ ମଧ୍ୟ ବିଶେଷ ଫାଇଦାରେ ରହିବନି। ଆୟୋଜକ ରାଜସ୍ଥାନ କ୍ରିକେଟ୍ ସଂଘ ମଧ୍ୟ କାକର ନିରୋଧୀ ‌ସ୍ପ୍ରେ’ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ଲାଗି ୮,୦୦୦ ଟିକେଟ ବିକ୍ରି ସରିଛି। ସ୍ଥାନୀୟ ଦର୍ଶକଙ୍କ ଭିତରେ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଶୃଙ୍ଖଳାର ପରବର୍ତ୍ତୀ ଦୁଇ ମ୍ୟାଚ୍ ରାଞ୍ଚି ଓ କୋଲକାତାରେ ଯଥାକ୍ରମେ ୧୯ ଏବଂ ୨୧ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର