ନୂଆଦିଲ୍ଲୀ: ଓପନର ଶିଖର ଧାଓ୍ଵନ(୮୦) ଓ ରୋହିତ ଶର୍ମା(୮୦)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୩ ଓ୍ଵିକେଟ ହରାଇ ନିର୍ଦ୍ଧାରିତ ୨୦ଓଭରରେ ୨୦୨ରନ୍ ସଂଗ୍ରହ କରିଛି। ଫଳରେ ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୨୦୩ ରନ୍ ଲକ୍ଷ୍ୟ ମିଳିଛି। ନୂଆଦିଲ୍ଲୀସ୍ଥିତ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ୩ଟି ମ୍ୟାଚ ବିଶିଷ୍ଟ ଚଳିତ ଶୃଙ୍ଖଳାର ବୁଧବାର ଶିଖର ଧାଓ୍ଵନ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୩ୟ ଅର୍ଦ୍ଧଶକତ ହାସଲ କରିଥିବା ବେଳେ ରୋହିତ ୧୨ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ଉଭୟ ବ୍ୟାଟ୍ସମ୍ୟାନ ଐତିହାସିକ ଭାଗୀଦାରି ହୋଇ ପାରିଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (ଅପରାଜିତ ୨୬ ରନ୍) ଓ ମହେନ୍ଦ୍ର ସିଂହ ଧୋନି ୨ଟି ବଲ ଖେଳି ଅପରାଜିତ ୭ରନ୍ ସଂଗ୍ରହ କରିବା ପରେ ପାଭଲିିୟନ ଫେରିଥିଲେ। ଇନିଂସରେ ୧୬ଟି ଚୌକା ଓ ୧୦ଟି ଛକା ଦର୍ଶକ ଦେଖିବାକୁ ପାଇଥିଲେ।
ଧାଓ୍ଵନ ୫୨ଟି ବଲରୁ ଟି-୨୦ କ୍ୟାରିୟର ସର୍ବାଧିକ ରନ୍ ସଂଗ୍ରହ କରିବା ପରେ ଇସ ସୋଧୀଙ୍କ ବଲରେ ଓ୍ଵିକେଟ କିପର ଟମ୍ ଲାଥାମଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ଭାରତ ୧୬.୨ ଓଭରରେ ପ୍ରଥମ ଓ୍ଵିକେଟ ହରାଇଥିବା ବେଳେ ୧୬.୪ ଓଭରରେ ୨ୟ ଓ୍ଵିକେଟରେ ହାର୍ଦିକ ପାଣ୍ଡ୍ୟାଙ୍କୁ ହରାଇ ଥିଲା। ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ସୋଧୀଙ୍କ ବଲ ଲାଥାମଙ୍କୁ କ୍ୟାଚ ଦେଇଥିଲେ। ନ୍ୟୁଜିଲାଣ୍ଡର ୩ୟ ଶିକାର ହୋଇଥିଲେ ରୋହିତ ଶର୍ମା। ଟ୍ରେଣ୍ଟ ବୋଲ୍ଟଙ୍କ ବଲ ଟିମ୍ ଲାଥାମଙ୍କୁ କ୍ୟାଚ ଦେଇଥିଲେ ରୋହିତ ଶର୍ମା। ୧୯ଓଭର ବେଳକୁ ଭାରତର ସ୍କୋର ୧୮୫ ରନ୍ ଥିବା ବେଳେ ଭାରତର ପ୍ରଥମ ଓ ୨ୟ ଓ୍ଵିକେଟ ୧୫୮ ରନ୍ରେ ପଡ଼ିଥିଲା।
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମେ ନ୍ୟୁଜିଲାଣ୍ଡ ତରଫରୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଭାରତ ପାଇଁ ଏହା ଶୃଙ୍ଖଳାର ପ୍ରଥମ ମ୍ୟାଚ ହୋଇଥିବା ବେଳେ ଆଶିଷ ନେହେରାଙ୍କ ପାଇଁ ହେବ ଶେଷ ଅନୁଭୂତି। କାରଣ ଏହି ମ୍ୟାଚ ପରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ନେହେରା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାକୁ ପୂର୍ବରୁ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Rohit-Shikhar.jpeg)