ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଟସ୍‌ ଜିଣି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଆଉ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚର ସମ୍ମୁଖୀନ ହୋଇଛି। ଏଥି ପାଇଁ ଟସ୍‌ ଜିଣି ଥିବା ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।

ନୂଆଦିଲ୍ଲୀସ୍ଥିତ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ୩ଟି ମ୍ୟାଚ ବିଶିଷ୍ଟ ଚଳିତ ଶୃଙ୍ଖଳାର ବୁଧବାର ଭାରତ ପାଇଁ ପ୍ରଥମ ମ୍ୟାଚ ହେବାକୁ ଥିବା ବେଳେ ଆଶିଷ ନେହେରାଙ୍କ ପାଇଁ ହେବ ଶେଷ ଅନୁଭୂତି। କାରଣ ଏହି ମ୍ୟାଚ ପରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ନେହେରା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ। ଏଥି ପାଇଁ ସେ ପୂର୍ବରୁ ଘୋଷଣା କରି ସାରିଛନ୍ତି।

ସମ୍ବନ୍ଧିତ ଖବର