ଭାରତ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ରେ ବର୍ଷା ଆଶଙ୍କା

ଟ୍ରେଣ୍ଟ୍‌ବ୍ରିଜ୍‌: ଭାରତ ପ୍ରଥମ ଦୁଇ ମ୍ୟାଚ୍‌ରୁ ପୂରା ପଏଣ୍ଟ୍ ହାସଲ କରି ବିଶ୍ବକପ୍‌ ଅଭିଯାନକୁ ଠିକଣା ପଥରେ ରଖିଥିଲେ ମଧ୍ୟ ମଙ୍ଗଳବାର ଯୁଗଳ ଝଟ୍‌କା ପାଇଛି। ଶିଖର ଧାୱନ ଆହତ ହେବା ସହିତ ୩ ସପ୍ତାହ ପାଇଁ ବାଦ୍ ପଡ଼ିଛନ୍ତି। ଦ୍ବିତୀୟ ଖରାପ ଖବରଟି ହେଉଛି ଗୁରୁବାର ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ବର୍ଷା ଆଶଙ୍କା ଭିତରକୁ ଚାଲିଯାଇଛି। ପାଣିପାଗ ବିଭାଗ ଦେଇଥିବା ପୂର୍ବାନୁମାନ ଅନୁସାରେ ଗୁରୁବାର ମଧ୍ୟାହ୍ନ ପୂର୍ବରୁ ବର୍ଷା ହେବ। କିନ୍ତୁ ଏକ କାଣ୍ଟଛାଣ୍ଟ ଓଭର ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି। ବିଗତ ୨ ଦିନ ହେବ ୟୁକେରେ ବର୍ଷା ଲାଗି ରହିବାରୁ ସ୍ଥାନୀୟ ବାସିନ୍ଦାମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ ଲାଗି ସୂଚନା ଦିଆଯାଇଛି। ନଟିଂହାମ୍‌ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ବର୍ମିଂହାମ, ପିଟରବରୋ ଏବଂ ନ୍ୟୁକାଷ୍ଟଲ୍‌ ଅଞ୍ଚଳକୁ ମଧ୍ୟ ଏଭଳି ସତର୍କ ସୂଚନା ପ୍ରଦାନ କରାଯାଇଛି। ନଟିଂହାମ୍‌ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କିନ୍ତୁ ବୁଧବାର ସଂଧ୍ୟା ୭ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବ‌ୋଲି କୁହାଯାଇଛି।

ସମ୍ବନ୍ଧିତ ଖବର