ବାତୁମି (ଜର୍ଜିଆ): ଚଳିତ ୪୩ତମ ଚେସ୍ ଅଲିମ୍ପିଆଡ୍ରୁ ଭାରତ ଖାଲି ହାତରେ ଫେରିଛି। ଚୀନ୍ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ କରାୟତ କରିଛି। ଶୁକ୍ରବାର ଶେଷ ରାଉଣ୍ଡ୍ରେ ଭାରତୀୟ ପୁରୁଷ ଦଳ ୨-୨ରେ ପୋଲାଣ୍ଡ୍ ସହ ଡ୍ର ରଖି ମୋଟ ଉପରେ ୧୬ ପଏଣ୍ଟ୍ ପାଇ ଷଷ୍ଠ ସ୍ଥାନରେ ରହିଥିଲା। ଚୀନ୍, ଆମେରିକା ଏବଂ ରୁଷିଆ ସମାନ ୧୮ ପଏଣ୍ଟ ଲେଖାଏଁ ପାଇ ପ୍ରଥମ ୩ ସ୍ଥାନରେ ରହି ପଦକ ପାଇଥିଲେ। ମହିଳାରେ ଭାରତ (୧୬ ପଏଣ୍ଟ୍) ୩-୧ରେ ମୋଙ୍ଗଲିଆକୁ ହରାଇଥିଲେ ମଧ୍ୟ ଅଷ୍ଟମରେ ରହିଥିଲା। ଚୀନ୍ (୧୮ ପଏଣ୍ଟ୍) ପ୍ରଥମ, ୟୁକ୍ରେନ୍ (୧୮ ପଏଣ୍ଟ୍) ଦ୍ବିତୀୟ ଏବଂ ଜର୍ଜିଆ (୧୭ ପଏଣ୍ଟ୍) ତୃତୀୟରେ ଥିଲେ। ଶୁକ୍ରବାର ପୁରୁଷେର ବିଶ୍ବନାଥ ଆନନ୍ଦ, ପେଣ୍ଟାଲା ହରିକୃଷ୍ଣ, ଭିଦିତ ଗୁଜରାଟୀ ଏବଂ ବି ଅଧିବନ ନିଜ ନିଜ ମ୍ୟାଚ୍ ଡ୍ର ରଖିଥିଲେ। ସେହିଭଳି ମହିଳାରେ ତାନିଆ ସଚଦେବା ଓ ଓଡ଼ିଆ ଝିଅ ପଦ୍ମିନୀ ରାଉତ ନିଜ ନିଜ ବୋର୍ଡ ଜିତିଥିଲା ବେଳେ ହାରିକା ଦ୍ରୋଣାବଳୀ ଓ ଈଶା କାରାଭାଦେ ଡ୍ର ରଖିବାକୁ ସକ୍ଷମ ହୋଇଥିଲେ। ୨୦୨୦ରେ ଏହି ପ୍ରତିଯୋଗିତା ରୁଷିଆରେ ଅନୁଷ୍ଠିତ ହେବ।
ଭାରତ ପଦକ ଶୂନ୍ୟ
/sambad/media/post_attachments/wp-content/uploads/2018/10/thumb_3047_600_397_0_0_auto.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)