ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୨୪ରୁ ପୁଣେରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଶୁଭମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ଗିଲ୍ ସମ୍ପୂର୍ଣ୍ଣ ଫିଟ୍ ଥିବା ସୂଚନା ମିଳିବା ପରେ ତାଙ୍କୁ ସାମିଲ କରାଯିବାକୁ ବିଚାର କରାଯାଉଛି । ଯଦି ଶୁଭମନ ଗିଲ୍ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ କେଏଲ୍ ରାହୁଲଙ୍କୁ ବାଦ୍ ଦିଆଯାଇପାରେ। ପ୍ରଥମ ଟେଷ୍ଟରେ ରାହୁଲ ଭଲ ପ୍ରଦର୍ଶନ କରିପାରିନଥିଲେ।
ଯଦି ଶୁଭମନ ଗିଲ୍ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ କେଏଲ୍ ରାହୁଲଙ୍କୁ ବାଦ୍ ଦିଆଯାଇପାରେ। ପ୍ରଥମ ଟେଷ୍ଟରେ ରାହୁଲ ଭଲ ପ୍ରଦର୍ଶନ କରିପାରିନଥିଲେ।
ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଗିଲ୍ ଖେଳି ପାରିନଥିଲେ। ସେହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ମ୍ୟାଚରେ ଗିଲଙ୍କ ଅନୁପସ୍ଥିତିରେ ସର୍ଫରାଜ ଖାଁଙ୍କୁ ଟିମ୍ ଇଣ୍ଡିଆ ପକ୍ଷରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ଏଥିରେ ସର୍ଫରାଜ ଦମଦାର ପ୍ରଦର୍ଶନ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ୧୫୦ ରନ୍ କରିବା ସହ ଋଷଭ ପନ୍ତଙ୍କ ସହ ଭଲ ଭାଗିଦାରୀ କରିଥିଲେ।
ସହକାରୀ ପ୍ରଶିକ୍ଷକ ରିଆନ୍ ଡିସୁଜା ମଙ୍ଗଳବାର ଶୁଭମନ ଗିଲଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, 'ମୁଁ ଭାବୁଛି ଗିଲ୍ ପୁଣେ ଟେଷ୍ଟ ପାଇଁ ଫିଟ୍ ଅଛନ୍ତି। ତାଙ୍କର କେବଳ ଏକ ସାମାନ୍ୟ ସମସ୍ୟା ଅଛି। ଯଦି ସେ ଚୂଡ଼ାନ୍ତ ଏକାଦଶରେ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ ସେ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)