ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ ପାଇଁ ବିସିସିଆଇର ସର୍ବଭାରତୀୟ ଚୟନ କମିଟି ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମା, ଋଷଭ ପନ୍ତ, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମରାଙ୍କ ପରି ବଡ ଖେଳାଳିଙ୍କୁ ୧୭ଜଣିଆ ଦଳରେ ସାମିଲ କରାଯାଇନାହିଁ। ଏହା ସହ କ୍ରିକେଟର ଶିଖର ଧୱନଙ୍କୁ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ ପାଇଁ ଅଧିନାୟକ ମନୋନୀତ କରାଯାଇଥିବା ବେଳେ ରବୀନ୍ଦ୍ର ଜାଦେଜାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି।

Advertisment

ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ଏବଂ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ ପରେ ଭାରତୀୟ କ୍ରିକେଟ ଟିମ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବେ। ସେଠାରେ ଭାରତୀୟ ଟିମ ତିନୋଟି ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ ପାଇଁ ବିସିସିଆଇର ସର୍ବଭାରତୀୟ ଚୟନ କମିଟି ଚୟନ କରିଥିବା କ୍ରିକେଟରଙ୍କ ମଧ୍ୟରେ ଅଛନ୍ତି ଶିଖର ଧୱନ (ଅଧିନାୟକ), ରବିନ୍ଦ୍ର ଜାଦେଜା (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶନ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆବେଶ ଖାନ, ପ୍ରସିଦ୍ଧି କ୍ରିଷ୍ଣ, ମୋହଦ୍ ସିରାଜ ଏବଂ ଅର୍ଶଦୀପ ସିଂ।

ତେବେ ଦିନିକିଆ ସିରିଜକୁ ଅନେକ କ୍ରିକେଟର ଫେରିଥିବା ଦେଖାଯାଇଛି। ସେ ମଧ୍ୟରେ ରହିଛନ୍ତି ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ମହମ୍ମଦ ସିରାଜ। ଏହି ସିରିଜରେ ଇଶାନ କିଶନ, ଶୁଭମାନ ଗିଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।