ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନରେ ଟେଷ୍ଟ ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟେବୁଲରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସେଞ୍ଚୁରିଅନ ଟେଷ୍ଟରେ ଇନିଂସ ପରାଜୟ ପରେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଥିବା ଟିମ୍ ଇଣ୍ଡିଆ ଏବେ ସିଧାସଳଖ ଶୀର୍ଷରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ଦଳକୁ ଭାରତ ପ୍ରଥମ ସ୍ଥାନରୁ ହଟାଇ ଦେଇଛି।

Advertisment

ବର୍ତ୍ତମାନ ଭାରତୀୟ ଦଳ ୪ଟି ମ୍ୟାଚ୍ ଖେଳି ୨ଟି ବିଜୟ, ୧ଟି ପରାଜୟ ଓ ୧ଟି ଡ୍ର ସହ ପ୍ରଥମ ସ୍ଥାନରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍ ଖେଳି ୧ଟି ବିଜୟ ଓ ୧ଟି ପରାଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୨ଟି ଟେଷ୍ଟ ଖେଳି ୧ଟି ବିଜୟ ଓ ୧ଟି ପରାଜୟର ସମ୍ମୁଖୀନ ହୋଇଛି। ପଏଣ୍ଟ ଟେବୁଲରେ ଏହି ଦଳ ତୃତୀୟ ସ୍ଥାନରେ ରହିଛି। ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍ ରୁ ୪ଟି ବିଜୟ ଓ ୨ଟି ପରାଜୟ ବରଣ କରିଛି। ଏହି ତାଲିକାରେ ବାଂଲାଦେଶ ୨ଟି ମ୍ୟାଚ୍ ଖେଳି ୧ଟି ପରାଜୟ ଓ ୧ଟି ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି। ପାକିସ୍ତାନ ଦଳ ଏବେ ଷଷ୍ଠ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆ ଲଗାତାର ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତି ପାରିନଥିଲା।