‘୩୦୦’ରେ ଭାରତ ଏକମାତ୍ର ଶତକ ହାସଲକାରୀ

ଆଡିଲେଡ୍: ଆଡିଲେଡ୍ ଦିନିକିଆରେ ଅଷ୍ଟ୍ରେଲିଆ ଧାର୍ଯ୍ୟ କରିଥିବା ୨୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪ ବଲ୍ ପୂର୍ବରୁ ମାତ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଏହା ମଧ୍ୟ ଆଡି‌ଲେଡ୍ ପଡ଼ିଆରେ ଦ୍ବିତୀୟ ସର୍ବାଧିକ ରନ୍ ଚେଜ୍ ଥିଲା। ତେବେ ହାତରେ ୬ ୱିକେଟ୍ ଥିବାରୁ ଅଷ୍ଟ୍ରେଲିଆ ୩୦୦ରୁ ଅଧିକ ରନ୍ କରିଥିଲେ ମଧ୍ୟ ଏହାକୁ ଭାରତ ହାସଲ କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଲା ଭଳି ମନେ ହୋଇ ନଥିଲା। କାରଣ ୩୦୦ରୁ ଅଧିକ ରନ୍ କରିବାରେ ଭାରତ ହେଉଛି ବିଶ୍ବର ଏକମାତ୍ର ଶତକ ହାସଲକାରୀ। ଅର୍ଥାତ୍ ଭାରତ ଏକମାତ୍ର ଦେଶ ଭାବେ ଦିନିକିଆରେ ୧୦୦ରୁ ଅଧିକ ଥର ୩୦୦ରୁ ଅଧିକ ରନ୍ କରିଛି।

ସମ୍ବନ୍ଧିତ ଖବର