ଇଣ୍ଡିଆ ଓପନ୍‌: ଶ୍ରୀକାନ୍ତ ଉପବିଜେତା

ନୂଆଦିଲ୍ଲୀ: ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଭାବେ କିଦାମ୍ବି ଶ୍ରୀକାନ୍ତ ଫାଇନାଲ୍‌ ପ୍ରବେଶ କରିଥିଲେ। ପ୍ରାୟ ୧୭ ମାସ ପରେ ମଧ୍ୟ ସେ ପ୍ରଥମ ଫାଇନାଲ୍‌ ପହଞ୍ଚିଥିଲେ। ହେଲେ ରବିବାର ପୁରୁଷ ଏକକ ଫାଇନାଲ୍‌‌ରେ ପୂର୍ବ ବିଜେତା ଶ୍ରୀକାନ୍ତ ଝୁଣ୍ଟିଲେ। ତୃତୀୟ ମାନ୍ୟତା ଶ୍ରୀକାନ୍ତ ରବିବାର ଟ୍ରଫି ମୁକାବିଲାରେ ଦ୍ବିତୀୟ ମାନ୍ୟତା ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନ୍‌ଙ୍କଠୁ ୭-୨୧, ୨୦-୨୨ ସିଧାସଳଖ ଗେମ୍‌ରେ ପରାସ୍ତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଲେ। ‌ଶନିବାର ସେମିଫାଇନାଲ୍‌ରେ ପ୍ରଥମ ଗେମ୍‌ ହାରି ପଛୁଆ ରହିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତନ ସହ ତୃତୀୟ ମାନ୍ୟତା ଶ୍ରୀକାନ୍ତ ୧୬-୨୧, ୨୧-୧୪ ଓ ୨୧-୧୯ରେ ଚୀନ୍‌ ତାରକା ହୁଆଙ୍ଗ୍‌ ୟୁଜିଆଙ୍ଗ୍‌ଙ୍କୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥି‌ଲେ। ଅନ୍ୟପକ୍ଷରେ ପରୁପଲ୍ଲୀ କାଶ୍ୟପଙ୍କୁ ଆକ୍ସେଲସେନ୍‌ ୨୧-୧୧ ଓ ୨୧-୧୭ ସିଧାସଳଖ ଗେମ୍‌ରେ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ। ସେହିଭଳି ମହିଳା ଏକକ ସେମିଫାଇନାଲ୍‌ରୁ ମଧ୍ୟ ଦ୍ବିତୀୟ ମାନ୍ୟତା ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଥିଲା। ସେ ୨୧-୨୩, ୨୧-୧୮ରେ ଚୀନ୍‌ ଲଳନା ହି ବିଙ୍ଗ୍‌ଜିଆଓଙ୍କଠାରୁ ପରାଜୟ ବରଣ କରିଥିଲେ।

ସମ୍ବନ୍ଧିତ ଖବର