ବିଶ୍ୱକପ : ଟସ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

ବର୍ମିହାମ : ଆଜି ବର୍ମିହାମର ଏଜବାଷ୍ଟନଠାରେ ବିଶ୍ୱକପ କ୍ରିକେଟର ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଭାରତର ଅଧିନାୟକ ବିରାଟ କୋହଲୀ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିର ମ୍ୟାଚ ଉପରେ କେବଳ ଭାରତ ବା ବାଂଲାଦେଶ ନୁହେଁ, ବରଂ ଇଂଲାଣ୍ଡ, ପାକିସ୍ତାନର ମଧ୍ୟ ନଜର ରହିବ । ଆଜିର ମ୍ୟାଚରେ ବିଜୟ ହାସଲ କଲେ ଭାରତ ସେମିଫାଇନାଲେ ପ୍ରବେଶ କରିବାର ପଥ ଖୋଲିଯିବ । ଆଜି ଭାରତୀୟ ଦଳରେ କେଦାର ଯାଦବଙ୍କ ସ୍ଥାନରେ ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇଛି । ସେହିପରି ବାଂଲା ଦଳରେ ମିର୍ଜଙ୍କ ବଦଳରେ ରୁବେଲ ଖେଳୁଛନ୍ତି ।

ସମ୍ବନ୍ଧିତ ଖବର