ରାଞ୍ଚିରେ ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ହେଉଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ (ଜେଏସ୍‌ସିଏ) ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ଆୟୋଜକ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅତିଥି ଦଳ ବ୍ୟାଟିଂ କରୁଛି। ତେବେ ନିକଟରେ ଶେଷ ହୋଇଥିବା ଦିନିକିଆ ଶୃଙ୍ଖଳାକୁ ଭାରତ ୩-୦ରେ ମୂଳପୋଛ କରିଥିବାରୁ ଆତ୍ମବଳ ବଢ଼ିଯାଇଛି। ଭାରତ ଟି-୨୦ ଶୃଙ୍ଖଳାକୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ତେବେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।

ଭାରତୀୟ ଦଳ

ଇଶାନ୍‌ କିଶନ (ୱିକେଟ୍‌କିପର), ଶୁଭମନ୍‌ ଗିଲ୍‌, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଦା, ୱାସିଂଟନ୍‌ ସୁନ୍ଦର, ଶିଭମ୍‌ ମାଭି, କୁଲଦୀପ ଯାଦବ, ଉମ୍ରାନ୍‌ ମଲିକ ଓ ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ ଦଳ

ଫିନ୍‌ ଆଲେନ୍‌ , ଡେଭଅନ୍‌ କନ୍ୱେ (ୱିକେଟ୍‌କିପର), ମାର୍କ ଚାମ୍ପମ୍ୟାନ୍‌, ଡାର୍ଲି ମିଚେଲ, ଗ୍ଲେନ୍‌ ଫିଲିପ୍‌ସ, ମିଚେଲ୍‌ ସଣ୍ଟନର (ଅଧିନାୟକ), ମିଚେଲ୍‌ ବ୍ରାସ୍‌ୱେଲ୍‌, ଜାକୋବ ଡୁଫି, ଇଶ ସୋଢ଼ି, ଲକି ଫରଗୁସନ୍‌ ଓ ବ୍ଲାଇନ୍‌ ଟିକ୍‌ନର।

ସମ୍ବନ୍ଧିତ ଖବର