୨ୟ ଟି-୨୦ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଶ୍ରୀଲଙ୍କାର ବ୍ୟାଟିଂ ଜାରି

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟି୨୦ ମ୍ୟାଚ୍ ଶନିବାର ଦିନ ଖେଳ ଯାଉଛି। ଏହି ମ୍ୟାଚରେ ଟସ୍ ଜିତି ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସେ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି।  ତିନିଟିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ ରେ ଆଗୁଆ ଅଛି।

ଭାରତୀୟ ଟିମ୍‌ 

ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ଶ୍ରେୟସ୍ ଆୟର, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଦେଜା, ଦୀପକ ହୁଦା, ଭେଙ୍କଟେଶ ଆୟର, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା, ୟୁଜୁଭେନ୍ଦ୍ର ଚହଲ

ଶ୍ରୀଲଙ୍କା ଟିମ୍‌

ପାଥୁମ୍ ନିସାଙ୍କ, କାମିଲ ମିଶାରା, ଚରିଥ୍ ଅଶଲଙ୍କା,ଧନୁଷ୍କା ଗୁଣତିଳକ, ଦୀନେଶ ଚାନ୍ଦିମାଲ୍, ଦାସୁନ ସନକା (ଅଧିନାୟକ),ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ପ୍ରବୀଣ ଜୟବିକ୍ରମ, ଲାହିରୁ କୁମାର, ବିନୁରା ଫର୍ଣ୍ଣାଣ୍ଡୋ

ସମ୍ବନ୍ଧିତ ଖବର