ଥୋମାସ କପ୍‌ରୁ ଭାରତ ବିଦା

ବ୍ୟାଙ୍କକ୍‌: ଥୋମାସ କପ୍‌ ଟେନିସ୍‌ ପ୍ରତିଯୋଗିତାରୁ ଭାରତ କ୍ୱାର୍ଟର୍‌ ଫାଇନାଲ୍‌ ପୂର୍ବରୁ ବିଦାୟ ନେଇଛି। ଚୀନ୍‌, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ସହ ଗ୍ରୁପ୍‌-ଏରେ ସ୍ଥାନ ପାଇଥିବା ଭାରତ ଗୋଟିଏ ବିଜୟ ଏବଂ ଦୁଇଟି ପରାଜୟ ସହ ତାଲିକାର ତୃତୀୟ ସ୍ଥାନରେ ରହି କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିପାରିନାହିଁ। ଭାରତ ୫-୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ବେଳେ ଫ୍ରାନ୍ସଠୁ ୧-୪ରେ ହାରି ଯାଇଥିଲା। ତେବେ ଏହି ପ୍ରତିଯୋଗିତାରେ ତିଷ୍ଠି ରହିବା ଲାଗି ଭାରତକୁ ମଙ୍ଗଳବାର ଚୀନ୍‌ ବିପକ୍ଷ ମ୍ୟାଚ୍‌ ଜିତିବା ନିହାତି ଜରୁରି ଥିଲା। କିନ୍ତୁ ଭାରତ ୦-୫ରେ ଚୀନ୍‌ଠୁ ହାରିଯାଇଥିଲା। ମଙ୍ଗଳବାର ଏକକରେ ଏଚ୍‌ଏସ୍‌ ପ୍ରଣୟ ୯-୨୧, ୯-୨୧ରେ ଲଙ୍ଗ୍‌ ଚେନ୍‌ଙ୍କଠୁ, ବି ସାଇ ପ୍ରଣୀତ ୯-୨୧, ୨୧-୧୫, ୧୨-୨୧ରେ ୟୁକି ସିଙ୍କଠୁ ଏବଂ ଲକ୍ଷ୍ୟ ସେନ୍‌ ୨୧-୧୬, ୯-୨୧, ୮-୨୧ରେ ଲିନ୍‌ ଡାନ୍‌ଙ୍କଠୁ ହାରି ଯାଇଥିଲେ। ସେହିପରି ଯୁଗଳରେ ଏମ୍‌ଆର୍‌ ଅର୍ଜୁନ ଓ ରାମଚନ୍ଦ୍ରନ୍‌ ଶ୍ଲୋକ ୧୨-୨୧, ୧୫-୨୧ରେ ଚେଙ୍ଗ୍‌ ଲିୟୁ ଓ ନାନ୍‌ ଝାଙ୍ଗ୍‌ଙ୍କଠୁ ଏବଂ ଅରୁଣ ଜର୍ଜ ଓ ସନ୍ୟମ ଶୁକ୍ଲା ୧୫-୨୧, ୨୨-୨୦, ୧୫-୨୧ରେ ଜୁନ୍‌ହୁଇ ଲି ଓ ୟୁଚେନ୍‌ ଲିୟୁଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର