ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ

ଲଣ୍ଡନ୍‌: ଭାରତ ଚଳିତ ବିଶ୍ବକପ୍‌ରେ ଏ ପର୍ଯ୍ୟନ୍ତ ଅଭିଯାନ ଆରମ୍ଭ କରିନାହିଁ। ବୁଧବାର ଦକ୍ଷିଣ ଆଫ୍ରିକା ସହ ନିଜ ପ୍ରଥମ ମ୍ୟାଚ୍‌ ଖେଳିବ। କିନ୍ତୁ କ୍ରିକେଟ୍‌ ପଣ୍ଡିତମାନେ ଏବେଠାରୁ ଏହି ମ୍ୟାଚ୍‌ର ଫଳାଫଳକୁ ନେଇ ପୂର୍ବାନୁମାନ ଲଗାଇବାରେ ଲାଗିଛନ୍ତି। ପାକିସ୍ତାନ ବିପକ୍ଷରେ ଭାରତ ନିଜର ୧୦୦ ପ୍ରତିଶତ ବିଜୟକୁ ଜାରି ରଖିବ ବୋଲି କହିଛନ୍ତି ହରଭଜନ ସିଂହ। ଭାରତକୁ ହରାଇବାକୁ ସର୍ଫରାଜ ଖାନ୍‌ଙ୍କ ଦଳ ନିକଟରେ ଅଭିଜ୍ଞତା ନାହିଁ ବୋଲି କହିଛନ୍ତି ଏହି ପୂର୍ବତନ ଭାରତୀୟ ଅଫସ୍ପିନର। ବିଶ୍ବକପ୍‌ରେ ଭାରତକୁ ପାକିସ୍ତାନ ହରାଇ ପାରିବ ନାହିଁ। ଭାରତ-ପାକିସ୍ତାନ ତୁଳନାରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ବଡ଼ ବୋଲି କହିଛନ୍ତି ହରଭଜନ। ଲୋକମାନେ ଅନ୍ୟ ମ୍ୟାଚ୍‌ରୁ କିଛି ମନେ ରଖନ୍ତି ନାହିଁ, କିନ୍ତୁ ପାକିସ୍ତାନ ମ୍ୟାଚ୍‌ ହୋଇଥିଲେ ସବୁକିଛି ମନେ ରଖିଥାନ୍ତି। ଭାରତକୁ ଏକ ଅଭିଜ୍ଞ ଦଳ ବୋଲି କହିଥିଲେ ୟୁନିସ୍‌ ଖାନ୍‌। ପାକିସ୍ତାନ ପାଇଁ ବୋଲିଂ ନିର୍ଣ୍ଣାୟକ ହେବ‌ ବୋଲି ପ୍ରକାଶ କରିଥିଲେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌। ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ବହୁ କ୍ରିକେଟର୍ ବିଶ୍ବକପ୍‌କୁ ନେଇ ବହୁ ମତ ଦେଇଥିଲେ। ଭାରତ ଏବଂ ପାକିସ୍ତାନ ଦ୍ବିପାକ୍ଷିକ କ୍ରିକେଟ୍‌ ସମ୍ପର୍କ ପୁନଃ ଆରମ୍ଭ କରାଯିବା ଜରୁରୀ ବୋଲି କହିଥିଲେ ୟୁନିସ୍‌ ଖାନ୍‌। ଏହା କ୍ରିକେଟ୍ ପାଇଁ ଭଲ ହୁଅନ୍ତା ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର