କଲମ୍ବୋ : ଚଳିତ ଏସିଆ କପର  କିଛି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଉଛି । ତେବେ ଶ୍ରୀଲଙ୍କାରେ ନିୟମିତ ବର୍ଷା ହେଉଥିବାରୁ ମ୍ୟାଚଗୁଡ଼ିକରେ ବ୍ୟାଘାତ ସୃଷ୍ଟି ହେଉଛି । ବର୍ଷା ଯୋଗୁଁ ଟୁର୍ଣ୍ଣାମେଣ୍ଟର ବହୁପ୍ରତୀକ୍ଷିତ ଭାରତ-ମ୍ୟାଚ ଅଧାରୁ ବନ୍ଦ ହୋଇଯାଇଥିଲା । ଏଥିପାଇଁ କ୍ରିକେଟପ୍ରେମୀ ନିରାଶ ହୋଇଥିଲେ । ସେହିପରି ଭାରତ-ନେପାଳ ମ୍ୟାଚ ବି ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା ଓ ଓଭର କମାଇବାକୁ ପଡ଼ିଥିଲା ଓ ଭାରତ ଡିଏଲଏସ ନିୟମ ଅନୁସାରେ ଜିତିଥିଲା ।

Advertisment

ଏବେ ଏସିଆ କପର ସୁପର-୪ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଭାରତ ଆସନ୍ତା ରବିବାର (ସେପ୍ଟେମ୍ବର ୧୦)ରେ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚକୁ କ୍ରିକେଟପ୍ରେମୀ ଉତ୍ସାହର ସହ ଅନେଇ ବସିଛନ୍ତି । ତେବେ ଏହି ମ୍ୟାଚରେ ବି କଣ ବର୍ଷା ଖଳନାୟକ ସାଜିବ ? ଏହି ପ୍ରଶ୍ନ କ୍ରିକେଟପ୍ରେମୀଙ୍କୁ ଡରାଉଛି । କାରଣ ଏହି ମ୍ୟାଚ କଲମ୍ବୋରେ ଖେଳାଯିବ ଓ କଲମ୍ବୋରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ଏ ସଂପର୍କରେ ଶ୍ରୀଲଙ୍କା ପାଣିପାଗ ବିଭାଗର ପୂର୍ବାନୁମାନ ଆସିଛି । ଶ୍ରୀଲଙ୍କା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ରବିବାର ଦିନ କଲମ୍ବୋରେ ବର୍ଷା ହେବାର ସମ୍ଭାବନା କମ୍ । ବର୍ଷା ଯୋଗୁଁ ମ୍ୟାଚ କୌଣସି ପ୍ରକାରେ ପ୍ରଭାବିତ ହେବାର ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ କହିଛି ।