ଅପରାଜୟ ପରମ୍ପରା, ଭାରତ ୬, ପାକିସ୍ତାନ ୦

କଟକ: ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ବିଶ୍ବକପ୍‌ର ସବୁଠୁ ବଡ ହାଇଭୋଲ୍‌ଟେଜ୍‌ ମ୍ୟାଚ ଅନୁଷ୍ଠିତ ହେବ। ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫୋର୍ଡ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଉଭୟ ଦେଶଙ୍କ ମଧ୍ୟରେ କୂଟନୈତିକ ସ˚ପର୍କ ବିଷୟରେ କାହାକୁ ଅଛପା ନାହିଁ। ହେଲେ କ୍ରିକେଟ କଥା ଯେତେବେଳେ ଆସେ ଏହା କୌଣସି ଯୁଦ୍ଧଠାରୁ କମ୍‌ ନୁହେଁ। ଏହି ମ୍ୟାଚ ପାଇଁ ଅନେକ ଦିନ ଆଗରୁ ଗଣମାଧ୍ୟମରେ ଲଢେଇ ଆରମ୍ଭ ହୋଇସାରିଥିଲାବେଳେ ରବିବାର ମ୍ୟାଚକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହା କେବଳ ଏକ ମ୍ୟାଚ ନୁହେଁ ଦୁଇ ଦେଶଙ୍କ ପାଇଁ ମହାଯୁଦ୍ଧ ସଦୃଶ। ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ବକପ୍‌ରେ ୬ଥର ମୁକାବିଲା ହୋଇଥିଲାବେଳେ ପ୍ରତ୍ୟେକ ଥର ମେନ୍‌ ଇନ୍‌ ବ୍ଲୁ ବିଜୟୀ ହୋଇଆସୁଛନ୍ତି। ଏବେ ସପ୍ତମ ମୁକାବିଲାରେ କୋହଲି ବାହିନୀ ଏହି ପରମ୍ପରା ବଜାୟ ରଖିବାକୁ ପ୍ରସ୍ତୁତ ହୋଇଛନ୍ତି।

-୧୯୯୨: ସଚିନ୍‌ଙ୍କ ଅଲରାଉଣ୍ତ ପ୍ରଦର୍ଶନ
ଅଷ୍ଟ୍ରେଲିଆରେ ଆୟୋଜିତ ଏହି ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଭାରତ ୪୩ ରନ୍‌ରେ ବିଜୟୀ ହୋଇଥିଲା। ମହମ୍ମଦ ଆଝାରୁଦ୍ଦିନ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲାବେଳେ ଭାରତ ୪୯ ଓଭରରେ ୭ ଵିକେଟ ବିନିମୟରେ ୨୧୬ ରନ୍‌ ସ˚ଗ୍ରହ କରିଥିଲା। ସଚିନ ତେନ୍ଦୁଲକର ଅପରାଜିତ ୫୪ ରନ୍‌ କରିଥିଲାବେଳେ ଅଜୟ ଜାଡେଜା ୪୬, ଆଝାରୁଦ୍ଦିନ୍‌ ୩୨, ବିନୋଦ କାମ୍ବଲି ୨୪ ଓ ନିମ୍ନ କ୍ରମରେ କପିଳ ଦେବ ୩୫ ରନ୍‌ ଯୋଡିଥିଲେ। ପାକିସ୍ତାନ ପାଇଁ ମୁସ୍ତାକ ଅହମ୍ମଦ ୩, ଆକ୍ବିବ ଜାଭେଦ ୨ ଵିକେଟ ନେଇଥିଲେ। ଜବାବରେ ଭାରତୀୟ ପେସ୍‌ ଆକ୍ରମଣକୁ ସାମ୍ନା କରିନପାରି ପାକିସ୍ତାନ ୧୭୩ ରନ୍‌ରେ ଆଉଟ ହୋଇଥିଲା। ଭାରତ ପାଇଁ କପିଳ ଦେବ, ମନୋଜ ପ୍ରଭାକର, ଜାଭାଗଲ ଶ୍ରୀନାଥ ଦୁଇଟି ଲେଖାଏଁ ଵିକେଟ ନେଇଥିଲାବେଳେ ପାକିସ୍ତାନର ପ୍ରାରମ୍ଭିକ ଖେଳାଳି ଅମୀର ସୋହେଲ ୬୨, ଜାଭେଦ ମିଆଁଦାଦ୍‌ ୪୦ ରନ୍‌ ସ˚ଗ୍ରହ କରିଥିଲେ। ଅର୍ଧଶତକ ସହ ୧ ଵିକେଟ ନେଇଥିବା ସଚିନ୍‌ଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

-୧୯୯୬: ମିଆଁଦାଦ୍‌ଙ୍କୁ ପରାଜୟ ବିଦାୟୀ
ଭାରତରେ ଆୟୋଜିତ ଏହି ବିଶ୍ବକପ୍‌ରେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ କ୍ବାର୍ଟର ଫାଇନାଲ୍‌ରେ ପରସ୍ପରକୁ ଭେଟିଥିଲେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ୩୯ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ମଧ୍ୟ ଆଝାରୁଦ୍ଦିନ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲା। ନଭଜୋତ ସି˚ହ ସିଦ୍ଧୁ (୯୩) ଓ ସଚିନ ତେନ୍ଦୁଲକର (୩୧) ମଜବୁତ୍‌ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ଵିକେଟରେ ୯୦ ରନ୍‌ ସ˚ଗ୍ରହ କରିଥିଲେ। ମଧ୍ୟକ୍ରମରେ ସ˚ଜୟ ମଞ୍ଜରେକର (୨୦), ଆଝାରୁଦ୍ଦିନ୍‌ (୨୭), କାମ୍ବଲି (୨୪)ଙ୍କ ଛୋଟଛୋଟ ଭାଗୀଦାରି ଓ ଅଜୟ ଜାଡେଜା (୪୫)ଙ୍କ ଦ୍ରୁତ ରନ୍‌ ସହାୟତାରେ ଭାରତ ୮ ଵିକେଟ ବିନିମୟରେ ୨୮୭ ରନ୍‌ କରିପାରିଥିଲା। ଶେଷ ୪ ଓଭରରେ ଭାରତ ୫୭ ରନ୍‌ ଯୋଗ ହୋଇଥିଲା। ପାକିସ୍ତାନ ଭଲ ଆରମ୍ଭ କରିଥିଲେ ହେଁ ଅମୀର ସୋହେଲ (୫୫) ଓ ସୟଦ ଅନଵର (୪୮)ଙ୍କ ପ୍ରାରମ୍ଭିକ ଯୋଡି ପରେ ନିୟମିତ ଭାବେ ଵିକେଟ ହରାଇ ଚାଲିଥିଲା। ମଧ୍ୟକ୍ରମରେ ସଲିମ ମଲ୍ଲିକ (୩୮), ଶେଷ ଦିନିକିଆ ଖେଳୁଥିବା ଜାଭେଜ ମିଆଁଦାଦ୍‌ (୩୮), ରସିଦ ଲତିଫ (୨୬) ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଦଳକୁ ଜିତାଇପାରିନଥିଲେ। ସିଦ୍ଧୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

-୧୯୯୯: ପ୍ରସାଦଙ୍କୁ ୫‌, ଦେବାଶିଷ ପ୍ରଭାବୀ
ମାଞ୍ଚେଷ୍ଟରରେ ଅନୁଷ୍ଠିତ ବିଶ୍ବକପ୍‌ର ଏହି ମ୍ୟାଚରେ ଭାରତର ବିଜୟ ଧାରା ଜାରି ରହିଥିଲା। ସୁପର ସିକ୍ସ ପର୍ଯ୍ୟାୟରେ ଦୁଇ ଦଳଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଲଗାତର ତୃତୀୟ ଥର ପାଇଁ ଆଝାରୁଦ୍ଦିନ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲେ। ଧୀମା ପିଚ୍‌ରେ ସଚିନ୍‌ଙ୍କ ସହ ସଦାଗୋପନ୍‌ ରମେଶ ବ୍ୟାଟି˚ ଆରମ୍ଭ କରିଥିଲେ। ସଚିନ୍‌ ୪୫ ଓ ରମେଶ ୨୦ ରନ୍‌ କରି ଆଉଟ ହେବା ପରେ ମଧ୍ୟକ୍ରମରେ ରାହୁଲ ଦ୍ରାଭିଡ୍‌ ଓ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ମଧ୍ୟରେ ଅର୍ଧଶତକୀୟ ଭାଗୀଦାରି ହୋଇଥିଲା। ଦ୍ରାଭିଡ୍‌ ୬୧, ଆଝାରୁଦ୍ଦିନ୍‌ ୫୯ ରନ୍‌ ସହାୟତାରେ ଭାରତ ୬ ଵିକେଟ ବିନିମୟରେ ୨୨୭ ରନ୍‌ ସ˚ଗ୍ରହ କରିପାରିଥିଲା। ଵାସିମ୍‌ ଆକ୍ରମ ଓ ଆଝାର ମେହେମୁଦ୍‌ ଦୁଇଟି ଲେଖାଏଁ ଵିକେଟ ପାଇଥିଲେ। କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିୟମିତ ହାରରେ ଵିକେଟ ହରାଇବାରୁ ପାକିସ୍ତାନ ୧୮୦ ରନ୍‌ରେ ସୀମିତ ରହିଥିଲା। ଇଞ୍ଜାମାମ ଉଲ ହକ୍‌ ସର୍ବାଧିକ ୪୧, ସୟଦ ଅନଵର ୩୬, ମୋଇନ୍‌ ଖାନ୍‌ ୩୪ ରନ୍‌ ଯୋଗ କରିଥିଲେ। ବିଜୟୀ ଦଳର ଭେଙ୍କଟେଶ ପ୍ରସାଦ ୫ ଵିକେଟ ସଫଳତା ପାଇବା ସହ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଦେବାଶିଷ ମହାନ୍ତି ଏହି ମ୍ୟାଚରେ ଖେଳିଥିଲାବେଳେ ୧୦ ଓଭରରେ ୨ ମେଡେନ୍‌ ସହ ୩୧ ରନ୍‌ ବ୍ୟୟ କରି ପ୍ରଭାବୀ ରହିଥିଲେ।

-୨୦୦୩: ସଚିନ୍‌ଙ୍କ ବିସ୍ଫୋରକ ପାଳି
ଦକ୍ଷିଣ ଆଫ୍ରିକାର ସେଞ୍ଜୁରିଅନ୍‌ଠାରେ ଚତୁର୍ଥ ଥର ପାଇଁ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ପରସ୍ପର ସହ ଖେଳିଥିଲେ। ସଚିନ୍‌ଙ୍କ ବିସ୍ଫୋରକ ରନ୍‌ ସ˚ଗ୍ରହ ଏହି ମ୍ୟାଚର ଚର୍ଚ୍ଚିତ ଘଟଣା ଥିଲା। ସବୁଥର ପରି ଏଥର ମଧ୍ୟ ଭାରତ ୬ ଵିକେଟରେ ଜିତି ବିଜୟଧାରା ଅବ୍ୟାହତ ରଖିଥିଲା। ଏଥର ପାକିସ୍ତାନ ଟସ୍‌ ଜିତି ବ୍ୟାଟି˚ କରିବା ସହ ଭାରତ ସମ୍ମୁଖରେ ୨୭୪ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ସୟଦ ଅନଵରଙ୍କ ଶତକ (୧୦୧) ପରେ ୟୁନିସ୍‌ ଖାନ୍‌ଙ୍କ ୩୨ ଓ ମହମ୍ମଦ ୟୁସୁଫଙ୍କ ୨୫ ରନ୍‌ ସହାୟତାରେ ପାକିସ୍ତାନ ବହୁ କଷ୍ଟରେ ୨୫୦ ପାର‌୍‌ କରିଥିଲା। ଜାହିର ଖାନ୍‌ ୨, ଆଶିଷ ନେହେରା ୨ ଵକେଟ ନେଇଥିଲେ। ତେବେ ସଚିନ୍‌ ତେନ୍ଦୁଲକରଙ୍କ ୯୮ ରନ୍‌ର ଧମାକାଦାର ପାଳି ପରେ ମହମ୍ମଦ କୈଫଙ୍କ ୩୫, ରାହୁଲ ଦ୍ରାଭିଡ୍‌ଙ୍କ ୪୪* ଓ ଯୁବରାଜ ସି˚ହଙ୍କ ୫୦* ରନ୍‌ ସହାୟତାରେ ଭାରତ ୪ ଵିକେଟ ବିନିମୟରେ ମ୍ୟାଚ ଜିତିଯାଇଥିଲା। ଆକ୍ରମଣାତ୍ମକ ପାଳି ପାଇଁ ତେନ୍ଦୁଲକର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

-୨୦୧୧: ବିଶ୍ବ ବିଜେତାର ଅନୁଭୂତି
ଭାରତକୁ ଫେରିଥିବା ଏହି ବିଶ୍ବକପ୍‌ରେ ଦୀର୍ଘ ପ୍ରତୀକ୍ଷାର ଅନ୍ତଃ ଘଟାଇ ସେମି ଫାଇନାଲ୍‌ରେ ଉଭୟ ଦଳଙ୍କ ମଧ୍ୟରେ ଟକ୍କର ହୋଇଥିଲା। ଚଣ୍ତୀଗଡ଼ରେ ଭାରତ ୨୯ ରନ୍‌ରେ ବିଜୟୀ ହୋଇ ବିଶ୍ବ ବିଜେତା ହେବା ଦିଗରେ ଅଗ୍ରସର ହୋଇଥିଲା। ଯଦିଓ ଏହି ମ୍ୟାଚ ଜିତି ଭାରତ ଫାଇନାଲକୁ ଯାଇଥିଲା, କିନ୍ତୁ ଏହି ସେମିଫାଇନାଲ୍‌ କୌଣସି ଫାଇନାଲ୍‌ଠୁ କମ୍‌ ନଥିଲା। ଧୋନିଙ୍କ ନେତୃତ୍ବରେ ଭାରତ ବ୍ୟାଟି˚ ଆରମ୍ଭ କରିଥିଲାବେଳେ ବୀରେନ୍ଦ୍ର ସେହଵାଗ (୩୮) ଓ ତେନ୍ଦୁଲକର (୮୫) ଦ୍ରୁତ ରନ୍‌ ସ˚ଗ୍ରହ କରିଥିଲେ। ଗୌତମ ଗମ୍ଭୀର ୨୭, ଧୋନି ୨୫, ସୁରେଶ ରାଇନାଙ୍କ ୩୬* ରନ୍‌ ସହାୟତାରେ ଭାରତ ୨୬୦ ରନ୍‌ କରିଥିଲା। ଵାହାବ ରିଆଜ ଏହି ପାଳିରେ ୫ ଵିକେଟ ଅକ୍ତିଆର କରିଥିଲେ। ପାକିସ୍ତାନ ମଧ୍ୟ କଡ୍ଡା ସ˚ଘର୍ଷ କରି ଏକ ସମୟରେ ଭାରତକୁ ହରାଇଦେବା ଭଳି ପରସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ଶାଣିତ ବୋଲି˚ ଯୋଗୁଁ ଭାରତ ଗୋଟିଏ ବଲ୍‌ ପୂର୍ବରୁ ପାକିସ୍ତାନର ସମସ୍ତ ଵିକେଟ ଖସାଇବାରେ ସଫଳ ହୋଇଥିଲା। ମିସବା ଉଲ ହକ୍‌ ସର୍ବାଧିକ ୫୬, ମହମ୍ମଦ ହାଫିଜ୍‌ ୪୩, ଆସଦ ସଫିକ୍‌ ୩୦ ରନ୍‌ର ଯୋଗଦାନ କରିଥିଲେ। ଘରୋଇ ଦଳ ପାଇଁ ଜାହିର ଖାନ୍‌, ଆଶିଷ ନେହେରା, ମୁନାଫ ପଟେଲ, ହରଭଜନ ସି˚ହ ଓ ଯୁବରାଜ ସି˚ହ ପ୍ରତ୍ୟେକ ଦୁଇଟି ଲେଖାଏଁ ଵିକେଟ ପାଇଥିଲେ। ଅର୍ଧଶତକୀୟ ପାଳି ଖେଳିଥିବା ତେନ୍ଦୁଲକରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

-୨୦୧୫: କୋହଲିଙ୍କ ଶତକ
ଆଡେଲେଡ୍‌ଠାରେ ପୁଲ୍‌ ବି’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଷଷ୍ଠ ଦିନିକିଆ ବିଶ୍ବକପ୍‌ ମୁକାବିଲା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ଯୋଡି ବିଫଳ ହୋଇଥିଲେ ହେଁ ଶିଖର ଧାଵନ (୭୩) ଏବଂ ବିରାଟ କୋହଲି (୧୦୭) ଙ୍କ ମଧ୍ୟରେ ପ୍ରଥମ ଵିକେଟରେ ୧୨୯ ରନ୍‌ ଭାଗୀଦାରି ହୋଇଥିଲା। ଏହା ପରେ ସୁରେଶ ରାଇନା ମଧ୍ୟ ଦ୍ରୁତ ଖେଳିବାକୁ ଯାଇ ୫୬ ବଲ୍‌ରୁ ୭୪ ରନ୍‌ ସ˚ଗ୍ରହ କରିଥିଲେ। ପାକିସ୍ତାନ ସମ୍ମୁଖରେ ୩୦୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ବୋଲରମାନେ ପାକିସ୍ତାନକୁ ୨୨୪ ରନ୍‌ରେ ଆଉଟ କରିଦେଇଥିଲେ। ମହମ୍ମଦ ସାମି ୪, ଉମେଶ ଯାଦବ ୨, ମୋହିତ ଶର୍ମା ୨, ରବିଚନ୍ଦ୍ରନ ଅଶ୍ବିନ୍‌ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ପାକିସ୍ତାନ ପାଇଁ ମିସ୍‌ବା ଉଲ୍‌ ହକ୍‌ ସର୍ବାଧିକ ୭୬, ଅହମ୍ମଦ ଶେହଜାଦ ୪୭, ହରିସ ସୋହେଲ ୩୬ ରନ୍‌ ସ˚ଗ୍ରହ କରିଥିଲେ। ଶତକ ଅର୍ଜନ କରିଥିବା କୋହଲିଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର